STORYMIRROR

Biswajit Sahoo

Others

4  

Biswajit Sahoo

Others

ଅନୁତାପ

ଅନୁତାପ

1 min
728

ଜନନୀ ଜଠରୁ କଠିନ ତପସ୍ୟା ଦଶମାସ ଦଶଦିନ,

କୋୖଣସି ବିକାର ନଥିଲା ମନରେ କରୁଥିଲି ତୁମ ଧ୍ୟାନ।

ତା'ପରେ ଜନ୍ମିଲି ମାୟା ଦୁନିଆରେ ଦେବଶିଶୁଟିଏ ହୋଇ,

ପଣ କରିଥିଲି ପ୍ରାଣ ସମର୍ପିବି କର୍ତ୍ତବ୍ୟ ପାଳନ ପାଇଁ।

ମିଛ ଦୁନିଆର ମାୟାମୋହ ସବୁ ମୋତେ କଲେ କବଳିତ,

ଅନୀତି ବିିିରୁୁଦ୍ଧେ କିଛି କରିବାକୁ ରହିଗଲା ମୋର ହାତ।

ପ୍ରଭୁଙ୍କ ନାମକୁ ତ୍ୟାଗ କରିଦେଇ ଅନ୍ୟାୟ ଶରଣ ନେଲି,

ସତ୍ୟ,ଧର୍ମ,ନ୍ୟାୟ ତଣ୍ଟି ଚିପି ମୁହିଁ ମାନ୍ୟବର ବୋଲାଇଲି।

ପୁଣ୍ୟ ଜୀବନରେ ଅରଜିଛି ପାପ ଗଢିଛି ଅନୀତି ଦୁର୍ଗ,

କଲାକର୍ମ ଯୋଗୁଁ ନିଶ୍ଚିହ୍ନ ହୋଇଛି ନିସ୍ତାରର ସବୁ ମାର୍ଗ।

ମରଣ ସମୟ ପାଖେଇ ଆସୁଛି ଛାଡ଼ିବାକୁ ହେବ ମହୀ,

କେମିତି ଚାହିଁବି ତୁମ ଶ୍ରୀମୁୁଖକୁ ପରଲୋକ ଗଲେ ମୁହିଁ।

ଗର୍ବ ହେଲା ଚୂର୍ଣ୍ଣ ମୋହ ହେଲା ଭଗ୍ନ ବୋଝ ଲାଗେ ସବୁ ପାପ,

ପବିତ୍ର ଜୀବନ ନଷ୍ଟ କରିଦେଇ କରୁଛି ମୁଁ ଅନୁତାପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍