STORYMIRROR

Bunee Tripathy

Others

4  

Bunee Tripathy

Others

ଅନୁପମା

ଅନୁପମା

1 min
296


ରୂପେ ଅନୁପମା ଲାବଣ୍ଯନିଧିଗୋ

   ଚାହାଣୀ ତୋ ଚଇତାଳୀ

କୋଟି ଉପମାରେ ଗଢିଲା ବିହିଲୋ

   ଚାଲୁଛୁ ତୁ ଝୁଲିଝୁଲି।


ଓଠରୁ ଝରେତୋ ପିରତୀ ପାଖୁଡା

  ଛୁଇଁଯାଏ ପରା ମନ

ସମୀର ସ୍ପର୍ଷରେ ଖେଳଇ ପୁଲକ

   ଶିହରଇ ତନୁମନ।


ସ୍ବର୍ଗ ଅପସରୀ ନୋହିବେତ ସରି

  ସୌନ୍ଦର୍ଯ୍ଯ କାନନେ ତୋର

ନୀରବ ଆଖିର ଚାହାଣୀ ଛଟାରେ

  ତୃଷ୍ଣା ଅନେକ ଯୁଗର।


ଲାଜେ ଯେବେ ତୁହି ଝାଉଁଳି ଯାଉଲୋ

   ସତେକି ମଳିନ ଆଭା

ଅମ୍ଲାନ ତେଜରେ ଚହଲା ବାଦଲ

   ଫୁଲରେ ସଜାଏ ଗଭା।


ମୌନାବତୀ ସାଜି ମୃଦୁତ୍ପଳ ଭାବେ

  ବିଭ୍ରଜ ବିଭ୍ରମ ବିଭା

ଦୁର୍ଣ୍ଣାମା ପରାୟ ଦିଶାହରା ହୋଇ

  ପରର୍ଜ୍ଯ ପରାର୍ଥ ଶୋଭା।


ନହୁଲି ବୟସ ସରମି ଲତାକୁ

  ଅନୁକ୍ରୋଶ ଅନୁକ୍ଷଣ

ସାତସୁରେ ତୋର ବୀଣାର ଝଙ୍କାର

  ଅପରୂପା ତୁ ଅଭିନ୍ନା ।


ପୂର୍ଣ୍ଣମୀର ଚାନ୍ଦ ଦିଶୁ ଚକଚକ

   ରାତ୍ରିର ରଜନୀଗନ୍ଧା

ଶାମୁକା ଗରଭେ ଅତଳ ସାଗରେ

  ମଣି ମୁକୁତାରେ ବନ୍ଧା ।


ବିନମ୍ରତା ଭରା ଶୋଭାବ ଲକ୍ଷଣ

  ଅଟୁ କାହା ଗୃହଲକ୍ଷ୍ମୀ

ଅବା ପ୍ରିୟତମା କା ହୃଦର ରାଣୀ

  ଅବା କାହା ଅଙ୍କଲକ୍ଷ୍ମୀ।


ଅମର୍ତ୍ତ୍ଯ ଅମିୟ ଅଳକ ଅଲରା

  ପରପୁଷ୍ପ ସହକାରେ

ଅନେକ ମେଳରେ ବାରିହୋଇ ପଡେ

  ରୂପ ତୋ ପ୍ରକିରାନ୍ତରେ ।


ତୋତେ ନେଇ କେତେ କାବ୍ଯ ଅଳଙ୍କାର

  ରଚିଛି କବି ପ୍ରବର

ମନ୍ଦିର ଗାର୍ତ୍ତରେ ନିହାଣ ମୁନରେ

  ଆଙ୍କିଛି ପ୍ରତିମା ତୋର ।


ସୌନ୍ଦର୍ଯ୍ଯ ସୁଷମା ହୁଏ ମନଲୋଭା

  ଯୁଗେ ଯୁଗେ ଅଛି ଖ୍ଯାତ

ତୋ ରୂପ ଚାତୁରୀ ପାଗଳ କରିଛି

  କରେ ସଭିଙ୍କୁ ଉନ୍ମୁକ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍