STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ଅନ୍ତର୍ଯ୍ୟାମୀ ତୁମେ

ଅନ୍ତର୍ଯ୍ୟାମୀ ତୁମେ

1 min
124


             


ଅନ୍ତର ଜାଣ ବୋଲି , ଅନ୍ତର୍ଯ୍ୟାମୀ ବୋଲାଅ ।

ଅପାଣିପାଦ ହେଲେ ,ସଂସାରେ ଭ୍ରମୁ ଥାଅ।


ଅସମ୍ଭବ କୁ ସମ୍ଭବ, କର ଯେ ଅବିଳମ୍ବ

ଅକିଂଞ୍ଚନ ଜନରେ,ଦୟା କାହିଁ ବିଳମ୍ଵ।


ଅଶେଷ ତ କରୁଣା, ମୋ ପାଇଁ କିମ୍ପା ଉଣା

ଅବା କେ ଦେଲା ପାଉଣା? ମୋ ଠାରେ ମନଉଣା


ଅପରାଧ ମୋହର କି ଅବା ଚକ୍ରଧର ।

ଅଭାଜନ ମୁହିଁ କି ?? ଦୟା ତୋ ପାଇବାର


ଅଭୟଦାତା ବୋଲି , ଉଡାଅ ବାନା ଖାଲି

ଅଧ୍ୟାସନ କରିଛ, ସୁଭଦ୍ରା ସଙ୍ଗେ ହଳୀ


 ଅସାର ଏ ସଂସାର ,ଲାଗିଲାଣି ଅସ୍ଥିର

 ଶୀର୍ଣ୍ଣ ହେଲା ଶରୀର , ନ ଚଳେ ପାଦ ମୋର


ଅସହ୍ୟ ହୁଏ କ୍ଳେଶ ଉଦ୍ଧାର ହୃଶିକେଶ।

ଜରା କରେ ଅବଶ,ସଂସାର ଲାଗେ ବିଷ।


 ଅଜାମ୍ବିଳ ଡାକିଲା,ପାପ ତା ଦୂର ହେଲା

 ଅଭୟ ବର ଦେଲ,ସ୍ୱର୍ଗେ ସ୍ଥାନ ପାଇଲା।


ଅଭିନୟ ସରିଲେ, ସଭିଏଁ ବାହୁଡିବେ

ଅଗମ୍ୟ ପଥେ ଯିବେ ,ପାଦେ ଶରଣ ନେବେ।


ଅରଜିଲି ମୁଁ ଯଶ,ସବୁ ତୋ ଦୟା ଈଶ

ଅପେକ୍ଷା କରି ଅଛି, ଅଭିନୟ ସରିଛି।


ଅଲେଖ ଧାମ ତୋର,ଲୋଡ଼ା ନାହିଁ ତ ମୋର

ଅଗତି ର ଗତି ହେ, ରଖ ତୋ ପାଦତଳ।


ଅହୋ ଭାଗ୍ୟ ମୋହର,ଜନ୍ମିଲି ତୋ ସଂସାର

ଅନେକ ଦୟା ତୋର, ଜପିଛି ନାମ ତୋର


ଅନାଅ ହେ ଶ୍ରୀଧର, ଯନ୍ତ୍ରଣା ରୁ ନିସ୍ତାର

ଅଚିରେ ମୁକ୍ତି କର ,ରହିବି ତୋ ନିକର


ଅତି ହେଲା ବୟସ,ଇତି ହେଉ ଆୟୁଷ।

ଅଲଭ୍ୟ ପାଦପଦ୍ମେ,ରହୁ ମୋର ମାନସ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍