ଅନ୍ତର କ୍ଲାନ୍ତି
ଅନ୍ତର କ୍ଲାନ୍ତି
ସମୟ ସ୍ରୋତେ ଭାସିବା ଚାହେଁ
ଅସୁମାରୀ ଢେଉ ସହ
ମତେ ଥରେ ସୁଯୋଗ ଦିଅ
ନିକର ରଙ୍ଗରେ ଭିଜେଇବି ଫଗୁଣ ପରି ।
ଅବିରଳ ଭାବନା କୋହ
ପୁର୍ଣିମାରାତି ଶୁଖିଲା ଓଠ
ନିଶବ୍ଦ ନିର୍ଜନ ଏକାକୀ ଅନ୍ତର
କୋମଳ ହୃଦୟ ଜଡତା
ଆଶାହୀନ ଆବେଗ
ଅବୁଝା ମଧୁପ ଭ୍ରମରେ
ବେଦନା କଣ୍ଠେ ଅନ୍ତର ଗୀତ ।
କ୍ଲାନ୍ତ ଏଠି ଘୁରି ବୁଲି ବୁଲି
ଶକ୍ତିହୀନ କ୍ଷୀଣ ମନ
ବୃକ୍ଷ ଛାଇ ରେ ବିଶ୍ରାମ ଚାହେଁ
ଯାତ୍ରାହୀନ ମାନବ ପରି ।
ପାଦ ମୋର ଥକି ପଡିଛି
ଅପେକ୍ଷା ର ଅନ୍ତ କେବେ
ଟିକେ ବିଶ୍ରାମ ଚାହେଁ ଏ ଅନ୍ତର
ଶାନ୍ତିରେ ବସି ରହିବି
ଯାଯାବର ଜୀବନ ତ୍ରାହି ନାହିଁ କି
ମୁକ୍ତି ଠିକଣା ସ୍ମରଣ ନାହିଁ
ନହେଲେ ପହଂଚିପାରନ୍ତି ।
ନିଶ୍ଚୟ ଭାବିପାର ଏ ମୂର୍ଖାମୀ
ଅଦିନିଆ ବର୍ଷା ଯେବେ
ବର୍ଷି ପଡେ ଶୁଷ୍କ ଭୂମିରେ
ବହି ଯାଏ ସପନ ଧୂଳି
ଶୀତଳ ପବନ ଉଡାଇ ନିଏ
ଅସ୍ଥିର କାଗଜ ମନ ।
ବିଚଳିତ ବିହଙ୍ଗ ଏ ତରୁଣ ମନ
ସପନ ସମାଧି ପ୍ରାତଃ ଛାଇ
ଉଆଁସୀ ରାତି ଚନ୍ଦ୍ରମା
କୋକିଶିଆଳି ର ଆକୁଳ ଡାକ
ଅନ୍ତିମ ସଂଘର୍ଷ ର ଅପେକ୍ଷାରେ ।