STORYMIRROR

Rasmita Dixit

Others

4  

Rasmita Dixit

Others

ଅଣଲେଉଟା

ଅଣଲେଉଟା

1 min
237

ଜୀବନ ଚାଲିଥିଲା ତା ରାସ୍ତାରେ

ବିଶ୍ୱାସକୁ ମୁଠେଇ ଧରି

ସେଇ ବିଶ୍ୱାସ

ଆସ୍ଥାର ଅଗଣାରେ 

ଫୁଟାଇଥିଲା ପ୍ରୀତିର କଦମ୍ବ

ଶୁଷ୍କ ଭୂମିରେ ଯମୁନାର ପ୍ଲାବନ

ଅକସ୍ମାତ ମହକି ଉଠିଥିବା

ଧୂସର ପୃଥିବୀ ;

ଅଜଣା , ଅପରିଚିତ ଦୁଇଟି ପାପୁଲି

ଅବ୍ୟକ୍ତ ଆଶ୍ରୟ ଓ ଭରସାରେ

ଦୁହିଁଙ୍କୁ ଭିଡି ଧରିଥିଲେ ,

ତାପରେ ଋତୁ ସାରା ଫୁଲ

ରାସ୍ତା ସାରା ସୁନେଲି ସ୍ୱପ୍ନ

ଚିତ୍ରିତ ବର୍ଣ୍ଣାଳିରେ ଘର ସାରା ଭର୍ତ୍ତି

ଖୁସି ସବୁ ହାତ ପାଆନ୍ତାରେ ଧରା ଦେଇଥିଲେ ।


ବିପରୀତ ଦିଗରେ ଅଦୃଶ୍ୟରେ

ତିଆରି ହୋଇସାରିଥିଲା ଘରଟିଏ

କେଉଁଠି କେମିତି ସ୍ୱପ୍ନରେ ଲାଗିସାରିଥିଲା ଘୁଣ

ଅବିଶ୍ୱାସର ଉଇ ଚରି  ଚାଲିଥିଲେ

ବିଶ୍ୱାସର ଗଣ୍ଡି

ଦୃଢ଼ ବନ୍ଧନ ଶିଥିଳ ହୋଇ ଯାଉଥିଲା 

ହୁଗୁଳି ପଡୁଥିଲା ପାପୁଲିର ଗଣ୍ଠି

ବିଚିତ୍ର ଶିତଳତା ଏବେ ସମ୍ପର୍କରେ

ଅଦୃଶ୍ୟ ଘର ର ଡାକରେ

ଗୋଟିଏ ପାପୁଲି ଅଭିବାଦନ ଜଣାଉଥିଲା

ଏକା ରହିଯାଇଥିବା ପାପୁଲିଟି ଭାବୁଥିଲା

କେଉଁଠୁ ଆରମ୍ଭ କରିବ ?

କାହା ସହ ଆଉଥରେ ଛନ୍ଦିବି ?

କାହା ପାଇଁ ତାଳି ମାରିବ ?

ଛାଡି ଯାଇଥିବା ହାତକୁ

ତା ବିଶ୍ୱାସ ଫେରେଇବାକୁ କହିବ ?

ନା , ପାପୁଲିରେ ଥିବା ସୁଖୀ ଦମ୍ପତ୍ୟର

ରେଖା କୁ ଲିଭାଇ ଦେବ ।


Rate this content
Log in