Alhadini Panigrahi dash

Others Tragedy

4.8  

Alhadini Panigrahi dash

Others Tragedy

*ଅନ୍ନଦାତା ର ଅନ୍ନଚିନ୍ତା*

*ଅନ୍ନଦାତା ର ଅନ୍ନଚିନ୍ତା*

1 min
7.1K


ସାରା ଦେଶରେ ଆଜି ଭାଷଣର ବର୍ଷା

ଚାଷ ଓ ଚାଷୀର ଉନ୍ନତିର ଚର୍ଚ୍ଚା

ହେଲେ...

ଭାଷଣର ବର୍ଷାରେ ଗାଧୋଉ ଥିବା ମହାଶୟ ମାନେ

ନିରେଖି ଦେଖିଛନ୍ତି କେବେ...

ଶ୍ରମ-ବର୍ଷା ରେ ଭିଜା ଚାଷୀଟିକୁ ା

ଏ ଦେଶ ର ଅନ୍ନଦାତା ଯେ..

ଆଜି ବିକଳ ମୁଠାଏ ଅନ୍ନ ପାଇଁ ା

ଆଜି ଚାଷୀର ଝାଳରେ କ୍ଷେତରେ ସୁନା ଫଳେ ନାହିଁ

କେବେ ବନ୍ୟା ରେ କେବେ ମରୁଡିରେ..

ଧଂସ୍ତ,ବିଧ୍ବସ୍ତ ଚାଷ ଜମିର ପ୍ରତି ଧୁଳି କଣା ଫାଙ୍କରୁ..

ଉଙ୍କି ମାରନ୍ତି ଦୂ8ଖ ର ଗଜା ସବୁ,

ଯନ୍ତ୍ରଣା ର ପତ୍ର କଅଁଳେ..

ଦାରିଦ୍ର୍ୟ ଶାଖା, ପ୍ରଶାଖା ମେଲାଇ ମହାଦ୍ରୁମ ପାଲଟେ

ଆଉ..

ତା ଶୀତଳ ଛାଇରେ ଟିକେ ଆଶ୍ରୟ ପାଇବାକୁ

ବିଚରା ଚାଷୀ ବେକରେ ଦଉଡି ଲଗାଏ ସେଇ ମହାଦ୍ରୁମ ର ବିଶାଳ ଶାଖା ରେ ା

ଏକଦା ପରିଚୟ ବିହୀନ ଜୀବନ ଜିଉଁଥିବା ମଣିଷ ଟି,

ଆତ୍ମହତ୍ୟା ପରେ..

ରାତାରାତି ପାଲଟିଯାଏ ନିଉଜ୍ ଚ୍ୟାନେଲ୍ ମାନଙ୍କର ହେଡ୍ ଲାଇନ୍ ା

ହଠାତ୍ ସମ୍ବେଦନଶୀଳ ହୋଇପଡନ୍ତି ମହାମାନ୍ୟ ରାଜନେତା ମାନେ,

ଗଦା ଗଦା ଫାଇଲ୍ ରେ ଚାଷ ହୁଏ ଫସଲ ରୁ ରବି ଫସଲ ଯାଏ ା

ପ୍ରକ୍ରୁତ ଚାଷୀ ପାଖରେ ପହଞ୍ଚୁ ବା ନ ପହଞୁ

ଇନସୁରେନସ୍ ଠାରୁ msp ପରି ଯୋଜନା ମାନ ତିଆରି ହୁଏ,

ଶୀତତାପ ନିୟନ୍ତ୍ରିତ ସଭାଗ୍ରୁହ ଭିତରେ ା

କିନ୍ତୁ....

A.c.ଅଭ୍ୟସ୍ତ ମହାଶୟ ମାନେ କଣ ବୁଝି ପାରନ୍ତି ?

ଖରା,ବର୍ଷା ରେ ସନ୍ତୁଳି ହେଉଥିବା ଚାଷୀର ବ୍ୟଥା,

ଅନ୍ନ ଦାତାର ଅନ୍ନଚିନ୍ତା ା

ନା....

କେଇଦିନ ପରେ ସେଇମିତି ମୁହଁମାଡି ଶୋଇ ପଡନ୍ତି ସମସ୍ତ ଯୋଜନା,

ଅଫିସ ର ଫାଇଲ୍ ଭିତରେ ା

ଆଉ...

ସେଇ ମିତି ରହିଯାଏ ଚାଷ, ଚାଷୀ ଆଉ ଜମି ର ଅବସ୍ଥା

ସେଇମିତି ତାର କାୟା ବିସ୍ତାର କରିଚାଲେ ଦାରିଦ୍ର୍ୟତା ର ମହାଦ୍ରୁମ ା


Rate this content
Log in