ଅନଲାଇନ୍ ଶିକ୍ଷା
ଅନଲାଇନ୍ ଶିକ୍ଷା
ବୈଦିକ ଯୁଗର ଗୁରୁକୁଳ ଆଶ୍ରମ ଶିକ୍ଷା,
ଅବଧାନ ଙ୍କ ଚାଟଶାଳୀ ଶିକ୍ଷା,
ସତ୍ୟବାଦୀ ବନବିଦ୍ୟାଳୟ,
ଆଧୁନିକ ସ୍କୁଲ ର ଶ୍ରେଣୀ ଶିକ୍ଷା,ତଥା
ସାଂପ୍ରତିକ ଅନଲାଇନ୍ ଶିକ୍ଷା,
ସବୁ ହେଉଛି ଗୋଟେ ଗୋଟେ ସମୟ ଓ ପରିସ୍ଥିତି।
ସଭିଏଁ ଜାଣନ୍ତି ଅନଲାଇନ୍ ଶିକ୍ଷା
ଏକ ସଫଳ ଶିକ୍ଷା ବ୍ୟବସ୍ଥା ନୁହେଁ।
ଇଏତ ହୋଟେଲ ର ପାର୍ସଲ ଖାଦ୍ୟ ପରି
ଯେ କୌଣସି ସ୍ଥାନରେ, ଯେ କୌଣସି ପରିବେଶରେ
ଗ୍ରହଣ କରାଯାଇପାରେ !
କିପରି ଶିକ୍ଷା ଏ ?
ଯେଉଁଠି, ଗୁରୁ ଓ ଶିଷ୍ୟ ଉଭୟେ ଉଭୟଙ୍କ ପାଇଁ ଅପରିଚିତ !
ଏଣ୍ଡ୍ରଏଡ଼ ମୋବାଇଲ ଅଭାବ ରେ,
ଯେଉଁଠି ,ମେଧାବୀ ଛାତ୍ର ଛାତ୍ରୀ ବି ହୁଅନ୍ତି
ଶିକ୍ଷା ଲାଭ ରୁ ବଂଚିତ,
ଯେଉଁଠି ,ନେଟୱର୍କ ସମସ୍ୟା ଯୋଗୁଁ
ସମୟ ଅସମୟରେ ଶିକ୍ଷା ରେ ହୁଏ ବ୍ୟାଘାତ,
ଯେଉଁଠି ,ମୋବାଇଲ ନ ଥିବାରୁ
ଦରିଦ୍ର ପିତା ମାତା ଙ୍କ ଉପରେ ସନ୍ତାନ ର ଆକ୍ଷେପ ଯୋଗୁଁ
ହୁଏ ଅଶାନ୍ତି ର ସୂତ୍ରପାତ।
ଏପରି ଶିକ୍ଷା ପଦ୍ଧତି,
ଆମ ସମାଜ ପାଇଁ କେତେ ଦୂର ଯଥାର୍ଥ ?
ଏଠି ସିଲାବସ୍ ତ ସଂପୂର୍ଣ୍ଣ ହୋଇଯାଏ, ମାତ୍ର
ବାକି ରହିଯାଏ ଶିକ୍ଷା।
ତଥାପି , ସମୟର ଆହ୍ୱାନ କୁ-
ସ୍ୱୀକାରି ନେବା ହିଁ ବୋଧେ ବିଦ୍ୱାନ୍ ର ପରିଚୟ।
କାରଣ ବୁଦ୍ଧିଜୀବୀ କହନ୍ତି,
ମୋଟେ ନଥିବା ଅପେକ୍ଷା କିଛି ହେଲେ ଥିବା ଭଲ।
