Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sushma Manjari Dash

Others

3  

Sushma Manjari Dash

Others

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
223


ପାଠ ବିନା କିଛି ନାହିଁ ଏ ଜୀବନେ

                  ସିଏ ହିଁ କଢାଏ ବାଟ ।

କାନ୍ଧରେ ଧରିଣ ବହି ଓ ବସ୍ତାନି

                 ସାଙ୍ଗରେ ଧରି ସିଲଟ ।।


କେଉଁଠୁ ଆସିଲା କରୋନା ରାକ୍ଷସ

                  ପାଠ ପଢା ଠପ୍ କଲା ।

ଅନଲାଇନ ଶିକ୍ଷା କରିିିବେ ଗ୍ରହଣ

               ସରକାରୀ ଯୋଜନା ହେଲା ।।


ନାହିଁ ଯା ପାଖରେ ବଡ଼ ସ୍ମାର୍ଟ ଫୋନ

                 ପଢାରୁ ବଞ୍ଚିତ ହେଲେ ।

ଅଛି ଯାହା ପାଖେ ପାଠ କି ପଢିବେ 

               ଅନ୍ୟ କାମରେ ଲଗାଇଲେ ।।


ଶ୍ରେଣୀ କୋଠରୀରେ ପାଠ ପଢା ହେଲେ

                  ବୁଝି ପାରେନାହିଁ ଯିଏ ।

ଅନଲାଇନ ପାଠ ପଢିଦେଲେ କ'ଣ

               ସର୍ବଜ୍ଞ ହୋଇବେ ସିଏ ?


ରହିଛି ଏଥିରେ ଉଭୟଟା ଯାକ 

               ମିଶି ଭଲମନ୍ଦ ଗୁଣ ।

ଯିଏ ଯେଉଁ ରୂପେ ଗ୍ରହଣ କରିିିିିବେ

                ସେ ଫଳ ମିଳିବ ମାଣ ।।


Rate this content
Log in