STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଅନେକ ଥର ମନରେ ଆସୁଛି

ଅନେକ ଥର ମନରେ ଆସୁଛି

1 min
310


ଫୁଲ ମାନଙ୍କୁ ଦେଖି,

ସେମାନଙ୍କ ଅବସ୍ଥାରୁ,

ପୂଜା ପାଏ ମନ୍ଦିର ଉିତରେ,

ଶୁଭ ଦିନ ମାନଂକରେ,

ଶଯା ଯାଏ ବାହାଘରର

ବେଦୀ ମଣ୍ତପରେ,

ବର ଯାଉଥିବା ଗାଡିରେ,

ଚଚୁର୍ଥୀ ତିଥିରେ,

ପର୍ବ ପର୍ବାଣିରେ,

କେତେ ଯତନରେ,

ବଉଳି ପଡିଲେ,

ମନ୍ଥି ହୋଇଯାଏ ଗୋଡରେ

ପଡେ ଅବା ଅଳିଆ ଗଦାରେ,

ହୁଏ ମୂଲ୍ୟହୀନ.

କିଛି ବି ତ ମଣିଷ,

ଶିଖି ପାରୁନାହିଁ,

କାହିକି ?

କେହି ଫିଟେଇ ପାରିଛିକି

ଗଣ୍ଠି ଓ ଗୁମର ଏହାର ?


ଜାଣୁ ଆମେ,

ଜୀବନ ତ ପାଣିର ଫୋଟକା,

ଆଜି ଅଛି କାଲି ନାହିଁ,

ଅଢେ଼ଇ ଦିନିଆ,

କିନ୍ତୁ ନିଜ ସ୍ବାର୍ଥ ପାଇଁ,

କରୁଛେ କେତେ ଲଢେ଼ଇ,

ଭଲ ପାଇବା ନାମକୁ ମାତର,

କରୁଛେ ଛଳନା,

ସ୍ୱାର୍ଥପରତାରେ କରୁଛେ,

କେତେ ଅତ୍ୟାଚାର,

ପାପ ବ୍ୟଭିଚାର,

କାହିକି?

କେହି ଫିଟେଇ ପାରିଛିକି

ଗଣ୍ଠି ଓ ଗୁମର ଏହାର?


Rate this content
Log in