ଅନ୍ଧକାର
ଅନ୍ଧକାର
ହେ ଅନ୍ଧକାର......
ତୁମେ ତ ବଡ ଲାଜକୁରା
ଯଦି ନୁହେଁ ତ କାହିଁକି ଲୁଚିଛ ଯେ
କଣ ଲୁଚକାଳିର ଖେଳରେ
ମତେ ପରସ୍ତର ରାସ୍ତା ଦେଖାଇବାକୁ
ଶକୁନିର ଚାଳ୍ ଚଲୁଛ କି ।।
କ'ଣ ବୁଢ଼ୀ ଅସୁରୁଣୀର କଥା କହି
ଭୟର ଏକ ଦୁର୍ଗମ ଦୂର୍ଗରେ
ଚିର ବନ୍ଦୀ କରିବାର ପ୍ରୟାସରେ
ଭୟର ପ୍ରାଚୀର ମଧ୍ୟେ
ବନ୍ଦୀ ହେବି ଭାବୁଛ କି ?
ବୁଢ଼ା ବିଲୁଆର ହୁକେ ହୋ ଶବ୍ଦରେ
ପେଚାର ଛାତିଫଟା ଚିତ୍କାରରେ
ରାତ୍ରି ପୋକର ଝିଁ ଝିଁ ଧ୍ବନିରେ
ବିଚଳିତ ହେବି ଭାବୁଛ କି ?
ସମସ୍ତଙ୍କୁ ନିଦ୍ରାର ମଦିରା ଦେଇ
ଚେତା ଶୂନ୍ୟ କରି
ମତେ ଏକା କରି
ନିସଙ୍ଗତାରେ ଜଳାଇବାକୁ ଚେଷ୍ଟା କରୁଛ କି ?
ହେଲେ କାହିଁ ଏତେ ବୃଥା ପରିଶ୍ରମ ଯେ
ନା ବୁଢ଼ୀ ଅସୁରୁଣୀ ,ନା ବିଲୁଆର ଶବ୍ଦ
ନା ପେଚାର ବୁକୁଫଟା ଚିତ୍କାର
ସବୁ ତ ମୋ ପାଖେ ମୂଲ୍ୟହୀନ
ମୁଁ ବା ଏମାନଙ୍କୁ କାହିଁ ଡରିବି ଯେ ?
ମୁଁ ତ ଡରେ..
ମଣିଷରୂପୀ ରାକ୍ଷସକୁ
ବିଶ୍ୱାସଘାତୀ ସର୍ପକୁ
ଆଉ ତା ପ୍ରାଣନାଶିନୀ ବିଷକୁ
ହେଲେ ସେ ବି ତ ତୁମ ଅନ୍ଧାରରେ
ନିଦ୍ରା ସହ ମସଗୁଲ
ତ କାହାକୁ ଡରିବି ଯେ
ତୁମେ ହେଲେ କୁହ ?
ତୁମେ କହୁଛ ମୁଁ ନିସଙ୍ଗ ,ଏକାକୀ
ହେଲେ ତୁମେ କଣ ଜାଣିନ କି ?
ତୁମେ ପରା ଅଛ ମୋ ସହ
ତୁମେ ହିଁ ମୋ ପ୍ରିୟ ମିତ୍ର ପ୍ରକୃତ ବନ୍ଧୁ
ମୋ ଦିବସର କ୍ଲାନ୍ତରେ
ମରମ ଲଗାଉଥିବା ଦରଦୀ ବନ୍ଧୁ ।।
ଶିବାନନ୍ଦ ବନଛୋର