ଅନ୍ଧକାର
ଅନ୍ଧକାର
1 min
149
କଳିର ପ୍ରଭାବେ ତମୋମୟ ଜଗ
ସର୍ବେ ସ୍ୱାର୍ଥ ବୋଳା ମନେ
ଅତି ସହଜରେ ଭାଗ୍ୟେ ଯୋଡ଼ି ଯାନ୍ତି
ପ୍ରାଣ ଦଂଶିବାକୁ ଦିନେ ।
ସହାୟତା ହାତ ପ୍ରସାରିତ କରି
ବିଶ୍ଵାସକୁ କବଳିତ
ସରଳ ବିଶ୍ୱାସୀ ଯାଉ ଥାଏ ଫସି
ଯେହ୍ନେ ମରୁ ଜଳେ ଧୌତ ।
ରଜନୀ ଜଳରେ ତୃଷା କି ମେଣ୍ଟିବ
ଆଶା ରଖିବାଟା ବୃଥା
ସୌଧ ଅଟ୍ଟାଳିକା ଚିତ୍କାର କରିଣ
ପାଠ କରେ ଆତ୍ମକଥା ।
ଉର୍ଣ୍ଣନାଭ ଜାଲେ ଫସି ଫସି ଚାଲେ
ଚଉଦିଗ ଅନ୍ଧକାର
ତମିସ୍ରା କୋଳରେ ନିରବତା ଖେଳ
ସ୍ମୃତି କରେ ଛାରଖାର ।
ତମଗୁଣୀ ଜନେ ଏହି ରୂପେ ଆସି
ସଦା କରୁ ଥାଏ ତୃଟି
ଅନ୍ଧକାର ହୁଏ ଅନ୍ତିମ ଜୀବନେ
ଚୁପ୍ ହୋଇଯାଏ ପାଟି ।
