STORYMIRROR

Manaswinee Dash

Others

3  

Manaswinee Dash

Others

ଅନ୍ଧ ଲଉଡି

ଅନ୍ଧ ଲଉଡି

1 min
208

ଯେତେବେଳେ ଜୀବନରେ ଛାଇ ଯାଏ ଅନ୍ଧକାର, 

ନିଜ ଲୋକ ବି ସାଜେପର, 

ଦୁନିଆରେ କେହି ନୁହଁ କାହାର, 

ଅନୁଭୂତି ଏଇ ଆଖି ହରେଇଲା ପରର। 


ଜୀବନରେ ମୁଁ ନେଲି ଠାଣି, 

ଜୀବନରେ ଅନ୍ଧ ମାନନ୍କୁ ଅସହାୟ ଛାଡିବିନି, 

ଯେତେ ସମ୍ଭବ ମୋ ସାହାୟ୍ଯ ରୁ ବନନ୍ଚିତ ହେବେନି, 

ରଚିବି ମୁଁ ନୂତନ କାହାଣୀ। 


ଅହୋଭାଗ୍ୟ ମୋର, 

କେହି ଜଣେ ହ୍ରୁଦୟ ବାନ ଦାନ କଲା ତା ଆଖିର, 

ମୋ ଠାରେ ଖନ୍ଜିଦେଲେ ଡାକ୍ତର, 

ଏବେ ରଂଗ ଦେଖୁଛି ଦୁନିଆର। 


ଏବେ ମୁଁ ନୁହଁ ଅନ୍ଧ ବରଂ ପ୍ରତିଷ୍ଠିତ ସମାଜରେ, 

ଦୂରେଇ ଯିବା ଲୋକ ଏବେ ପାଖରେ, 

ହେଲେ ହ୍ରୁଦୟ ରୁ ବହୁଦୂରରେ, 

କିନ୍ତୁ ମୋ ମତ ବଦଳିନୀ ଜୀବନରେ। 


ଜଣେ ଅନ୍ଧ ନାରୀର ଧରିଛି ମୁଁ ହାତ, 

ସ ମନା କଲେ ରଖିଲେ ନିଜ ମତ, 

ମୁଁ ଜାଣିଛି ଅନ୍ଧ ବେଦନା ଯାହା ଦିଏ ଜଗତ, 

ତାପାଇଁ ଅଛି ମୁଁ ତାର, ବାଡି ସଦା ଧରିକି ତା ହସ୍ତ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍