STORYMIRROR

Dr Subas Chandra Rout

Others

4  

Dr Subas Chandra Rout

Others

ଅନାହତ ନାଦ ୨ ଭାଗ ୩

ଅନାହତ ନାଦ ୨ ଭାଗ ୩

1 min
183


(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଶବ୍ଦ କେତେକ ଦୁଃଖ ଦାୟକ, କିଛି ଦିଏ ସୁଖ ରାଶି,

କେତେକ ଶବ୍ଦ କାଟେ ବନ୍ଧନ, କେତେକ ଗଳାରେ ଫାସି ।୨୧।

ଶବ୍ଦ ଶବ୍ଦ ବୋଲି କହନ୍ତି ସଭିଏ, ନାହିଁ ତାର ହାତ ପାଦ,

ଗୋଟିଏ ଶବ୍ଦ ଘାଆ କରିଦେଲେ, ଗୋଟିଏ ହୁଏ ଔଷଧ ।୨୨।

ଶବ୍ଦ ସମାନ ବିଭବ ନାହିଁ, ପାରେ ଯିଏ ତାହା କହି,

ହୀରା ମିଲିବ ପଇସା ଦେଲେ, ଶବ୍ଦର ମୂଲ ତ ନାହିଁ ।୨୩।

ଏ ମତ ମୋର ନିଜସ୍ୱ ମନ୍ତ୍ର, ଯିଏ ମୋ ସମାନ ନିଏ,

ଶବ୍ଦ କଳପ-ତରୁ ସଦୃଶ, ଯାହା ମାଗେ ତାହା ଦିଏ ।୨୪।

ଶୀତଳ ଶବ୍ଦ ସର୍ବଦା କହ, ଅହଂ ନ ରହୁ ସେଥିରେ,

ନିଜର ପ୍ରିୟ ନିଜ ଭିତରେ, ଶତୃ ବି ନିଜ ଭିତରେ ।୨୫।

ଶବ୍ଦକୁ ମୋତି ଭାବିବ ନାହିଁ, ଯେଉଁଥିରେ ମାଳ ହୁଏ,

ଏହା ତ ଅଟେ ଶବ୍ଦର ମୋତି, ସାରା ଦେହ ଭେଦି ଯାଏ ।୨୬।

ଯନ୍ତ୍ର ଓ ମନ୍ତ୍ର ସବୁ ତ ମିଛ, ଭ୍ରମରେ ପଡ଼ନି କେହି,

ସାର ଶବ୍ଦଙ୍କୁ ଜାଣିବା ବିନା, କାକ ହଂସ ହୁଏ ନାହିଁ ।୨୭।

ଆଦି ନାମଟି ପରଶ ମଣି, ମନଟି ମଇଳା ଲୁହା,

ପରଶ ପାଇଲେ କାଞ୍ଚନ ହୁଏ, ତୁଟେ ବନ୍ଧନର ମୋହ ।୨୮।

ଓଁ କାର ଶବ୍ଦ ପ୍ରକୃତ ନାମ, ବୁଝି ନିଅ ସବୁ ପ୍ରାଣୀ,

ଜାଣିଛି ଯିଏ ନାମ ମହାତ୍ମ୍ୟ, ଅମର ହୁଏ ସେ ପ୍ରଣୀ ।୨୯।

ଓଁ କାର ନାମ ଆମର ମୂଳ, ଅନ୍ୟ ମନ୍ତ୍ର ସବୁ ଡାଳ, (ଓଁ କାର - ଆଦି)

କବୀର, ନାମ ନ ଜାଣିଥିଲେ, ଡୁବିବ ଆମ ସଂସାର ।୩୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍