STORYMIRROR

Anam Charan Sahoo

Others

4  

Anam Charan Sahoo

Others

ଅମୂଲ୍ୟ ମଣିଷ ପଣିଆ

ଅମୂଲ୍ୟ ମଣିଷ ପଣିଆ

1 min
185

ସିଂହାସନ ପାଇଁ ନେତା ହାଇଁପାଇଁ

ଆସି ମାଗୁଥିଲେ ଭୋଅଟ

ଅନ୍ଧାରୀ ବିଜେରେ ବୁଲି ଘରେ ଘରେ

ବାଣ୍ଟୁଥିଲେ ବିଡା ନୋଅଟ ।

ମଦ ମାଂସ ଦେଇ ନିଶାରେ ଶୁଆଇ

ମନ୍ତର ଫୁଙ୍କିଲେ କାନରେ

ଭୋଟର ମାନଙ୍କ ଭୋଟ ମୂଲଚାଲ

ଦେଇଦିଅ ସବୁ ଦାନରେ ।

ଆସି ପହଞ୍ଚିଲା ଘଡିସନ୍ଧି ବେଳା

ଭୋଟର ବାପୁଡା ଧାଡିରେ

ନିଶା ଛାଡିଥିଲା ଚେତା ପଶିଥିଲା

ଭୋଟ ଦେଲେ ଦେଶ ହିତରେ ।

ମଦ ନିଶା, ଟଙ୍କା କାମ ନକରିଲା

ଜନତାଙ୍କ ହେଲା ବିଜୟ

ରାଷ୍ଟ୍ର ଭକତଙ୍କ ହୋଇଲା ତିଳକ

ଗଣତନ୍ତ୍ର ଚିର ଅଜୟ ।

ଧନରତ୍ନ ବଳେ ବସ୍ତୁ କିଣାଯାଏ

ଅମୂଲ୍ୟ ମଣିଷ ପଣିଆ

ସ୍ବାର୍ଥ ଥାଏ ଯା'ର ସେ ନୁହେଁ ସେବକ

ସବୁ ଦେଖୁଅଛି କାଳିଆ ।


Rate this content
Log in