STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଅମୃତମୟ ଉତ୍କଳ (୧୨)

ଅମୃତମୟ ଉତ୍କଳ (୧୨)

1 min
146


ଭୁବନ ବିତଦିତ ଏକାମ୍ର କାନନ ଭୁବନେଶ୍ୱର ଉତ୍କଳେ

ମହିମା ମଣ୍ଡିତ ପ୍ରଭୁ ଲିଙ୍ଗରାଜ ରାଜିତ ବଡ଼ ଦେଉଳେ

ମହାବୀର ଜୈନ ଖଣ୍ଡଗିରି ଚୁଳେ ଗୁମ୍ଫାରେ ଖୋଦିତ କଳା  

ତହୁଁ ବଳି ଶୋଭା ଧବଳ ଗିରିର ବୌଦ୍ଧ ଧର୍ମ କୀର୍ତ୍ତି ମାଳା ।।


ବିନ୍ଦୁସାଗରର ନୀଳଜଳ ରାଶି ତରଙ୍ଗେ ପୀୟୂଷ ରସ

ପରିବ୍ରାଜକର ମନ ଟାଣି ନିଏ ଶୀତ ଅନୀଳ ପରଶ ।।


ଉତ୍କଳ ର ରାଜଧାନୀ ନଗରୀ ୟେ ନଭଶ୍ଚୁମ୍ଵୀ ଅଟ୍ଟାଳିକା

ସବୁଜ ବନାନୀ ଆଚ୍ଛାଦିତ ତା’ର କିବା ଉପଲକ୍ଷ ଦେବା

ମନ୍ଦିର ମାଳିନୀ ଶୈବ କ୍ଷେତ୍ର ଏହି ଲଲାଟକେଶରୀ କୀର୍ତ୍ତି

ଉତ୍କଳ ର ଏହି ବିପୁଳ ବୈଭବ ଅମୃତିମ କରିଅଛି ।।


କେଦାର ଗଉରୀ କିମ୍ବଦନ୍ତୀ ଦିଏ ନୈସର୍ଗିକ ପ୍ରେମ ବାର୍ତ୍ତା

ଅମୃତ ଧାରା ପ୍ରବାହେ ପ୍ରେମର ୟେ ଐଶ୍ୱର୍ଯ୍ୟ ମହାନତା ।।


ଗଉରୀ କୁଣ୍ଡରେ ସ୍ନାହାନ କରିଲେ ଅପୁତ୍ରିକ ପୁତ୍ର ପାଏ

କହ କାହିଁ କେଉଁ ଭୁବନ ଅମୃତ ଏମିତି ଦେଖିଛ କିଏ

ଅନେକ ଏପରି ମହାନ ବୈଭବେ ପୁରିତ ମୋର ଉତ୍କଳ

ଅମୃତମୟ ଉତ୍କଳ ମୋହର ଶୀରିଯାର ସମୁଜ୍ଜ୍ଵଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍