ଅମର ପ୍ରେମ
ଅମର ପ୍ରେମ
ସୂରୁଯ ସକାଳେ ପ୍ରେମିକ ପଣରେ
ଯେବେ ଆସେ ଚିକ୍ ମିକ୍ ବେଶେ
ଚନ୍ଦ୍ର ତା ପ୍ରେମିକା ଲାଜରେ ଝାଉଁଳି
ଓଢଣୀ ଫାଙ୍କରେ ହସେ ।
ଯୁଗ ଯୁଗର ପ୍ରତିକ୍ଷା ତାଙ୍କର
ଆଜି ଏ ଦୁନିଆ ଦେଖେ
ଅସରା ତାଙ୍କର ପ୍ରେମର କାହାଣୀ
ପୃଥିବୀ ଛାତିରେ ଲେଖେ ।
ଚନ୍ଦ୍ରର ଶୁଭ୍ର ଶୀତଳ ଜ୍ୟୋତ୍ସ୍ନା
ଲାବଣ୍ୟମୟୀ ସେ ହସ
ତପ୍ତ ପ୍ରେମିକର ଛାତିର ସ୍ପନ୍ଦନେ
ଭରେ ଶାଶ୍ବତ ପ୍ରେମର ରସ ।
ପ୍ରତିଫଳନକୁ ବକ୍ଷରେ ଜାବୁଡି
ଚନ୍ଦ୍ର ତ ଝରୁଥାଏ
ଉତ୍ତପ୍ତ ରେଣୁରୁ କିଛି ଦେଇ ପ୍ରିୟ
ତା ଦେହେ ବିଭବ ଭରୁଥାଏ ।
ସୂର୍ଯ୍ୟ ପ୍ରେମିକ ଚନ୍ଦ୍ର ପ୍ରେମିକା
ଦୁଇ ସମାନ୍ତର ରେଖା
ବିଶ୍ବ ଇତିହାସେ ଆଙ୍କି ଦେଇଯାଏ
ପ୍ରେମର ନୂଆ ଏକ ଚିତ୍ରଲେଖା ।
ଅମର ପ୍ରେମର ପରିଭାଷା ଇଏ
ହୁଏ ନାହିଁ କେବେ ଅନ୍ତ
ଯେତେଦିନଯାଏ ସ୍ରୁଷ୍ଟିତ ଥିବ
ପାନ କରୁଥିବ ସେ ଅମୃତ ।