STORYMIRROR

MADHU MITA

Others

3  

MADHU MITA

Others

ଅମିମାଂସିତ

ଅମିମାଂସିତ

1 min
11.6K


ହଠାତ୍ ଫଣି ଟା ଫଣା ଟେକି ଫୁତ୍କାର କରିଲା

ଚାଲି ଯାଉଥିଲା.. କିନ୍ତୁ..କିଛି ଭୁଲିଗଲା ପରି

ପୁଣି ପଛକୁ ଫେରି ଆସିଲା


ଚାରିଆଡେ ଅନ୍ଧାର ପାଣି ଟୋପେ ପାଇଁ ହାହାକାର

ତଥାପି ମନୁଷ୍ୟ ପାରୁ ପଣେ ଚେଷ୍ଟା କରୁଥିଲା

ସଂଘର୍ଷ ଅହରହ ଜାରି ରହିଥିଲା..


ଆଗରୁ ଟିକଟ କରିଥିବା ମୋ ପଡୋଶୀ

ଆସି ତା ପରଦିନ ସନ୍ଧ୍ୟାରେ ପହଞ୍ଚିଲେ

ପାଣି ବାଲ୍ଟିଏ ପାଇଁ..ଅକ୍ଲେଶରେ ଅନୁରୋଧ କରି ଦେଲେ


ଦୋ ଛକିରେ ପଡ଼ିଗଲି.. କଣ ମୁଁ ଯେ କରିଥାନ୍ତି

ସକାଳୁ ପାଣି ପାଇଁ ଲାଗିଥିବା ଲମ୍ବା ଲାଇନ କଥା ଭାବି

ଟିକେ ଦୋ ଦୋ ପାଞ୍ଚ ବି ହେଲି..


ପରିସ୍ଥିତି ଏପରି ବି ହୁଏ.. ଧନ କେତେ ଗରିବ ଯେ ହୁଏ

ମହତ୍ତ୍ଵ ସବୁରି କେବଳ ସମୟ ହିଁ ବୁଝେଇ ଦେଇ ଥାଏ

ପ୍ରକୃତି ଆଗରେ ଗର୍ବ ଦର୍ପ ସବୁ.. ଆଣ୍ଠୁ ମାଡ଼ି ବସି ଯାଇଥାଏ


ତଥାପି ମାନବିକତା ରକ୍ଷା କରି ଘର ଲୋକଙ୍କୁ ବୁଝାଇ ଶୁଝାଇ

ପାଣି ବାଲଟିଏ ଦେଇ ଦେଲି, ସତେକି ଧନ ପୁଟୁଳିରେ ବାନ୍ଧି..

ପଡୋଶୀ ଅଣ୍ଟି ରେ ପକେଇଦେଲି..


ବହୁ କଷ୍ଟରେ ଉଠାଇ ଉଠାଇ..ଉପର ମହଲାକୁ ବାନ୍ଧବୀ ନେଉଥିଲେ

ତାଙ୍କ ପ୍ରତ୍ୟେକ ପାହାଚ ଚଢା ସହ ମୋ ଉତ୍ସୁକତା ବି ବଢାଇ ଦେଉଥିଲେ


ଶେଷ ଦୁଇ ପାହାଚ ବାକି ଥିଲା..ଗନ୍ତବ୍ୟ..ଆଉ ଟିକେ

କିନ୍ତୁ..ଧୁମ୍..ଶବ୍ଦରେ ବାଲ୍ଟି ପାହାଚ କୁ ବାଜି

ତଳେ ଆସି.. ପଡ଼ିଯାଇଥିଲା...


ବିକଳ ହୋଇ ସେ ଚାହିଁ ଥିଲେ ଆକୁଳ ହୋଇ ମୁଁ ଦେଖୁ ଥିଲି

ଚେଷ୍ଟା ର ସମାପ୍ତି ଏପରି ବି ହୁଏ ଆଉ ବୁଝି ପାରୁ ନ ଥିଲି


ନା ସେ ତଳକୁ ଆସିଲେ.. ନା ମୁଁ ଆଗକୁ ବଢ଼ି ପାରିଥିଲିି

ଯାହା ଭଵିତବ୍ୟ ତାହା ହିଁ ହେବ.. ମନେ ମନେ କହି ମୁହଁ ବୁଲେଇଲି..

କଣ ମୁଁ କିଛି..ଭୁଲ୍ କଲି..!

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍