STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ଅମାବାସ୍ୟାର ଆତ୍ମକଥା

ଅମାବାସ୍ୟାର ଆତ୍ମକଥା

1 min
245

ଖେଦବହି ଅମାବାସ୍ୟା ବିଚାରଇ ବସି

ବିଚିତ୍ର ଅଟେ ସିନା ମାନବ ଭାବରାଶି ।

ଦେଖ ମାସକେ ଆସେ ମୁଁ ମାତ୍ର ଏକବାର

ନ କରନ୍ତି କେହି ମୋର ଆଦର ବେଭାର।

ଆତିଥ୍ୟ ସତ୍କାରେ କେହି ନ ଦିଅନ୍ତି ଧ୍ୟାନ

ଅବିରାମ କରୁଥାନ୍ତି କେତେ ଅସମ୍ମାନ। 

କେହି ଵୋଲୁୁଥାଏ ମୋତେ ଅକଲ୍ୟାଣ କାରୀ

ମୁୁଖାବଲୋକନ ନୁୁୁୁହେଁ ଉଚିତ ତାହାରି। 

ମୋହ ଛାୟା ପଡ଼ିିଗଲେ କାୟାରେ ଯାହାର

ଅପଶଙ୍କୁନ ବୋଲିଣ କରଇ ବିଚାର। 

ଯାତ୍ରା ଶୁଭଙ୍କର ନୁହେଁ ମୋର ଆଗମନେ

ଏ ପ୍ରକାର ବିଚାରକୁ ଆଶ୍ରା ଦ୍ୟନ୍ତି ମନେ। 

ଥରେ ଥରେ ଭାବେ ବସି ତେଜିଵି ଜୀବନ

ଅକାରଣେ ଭୀତ ହେବେ କିିମ୍ପା ପ୍ରାଣୀଗଣ ?

ମୁଁ ମରେ ସଭିିଙ୍କ ଦୁୁଃଖକଷ୍ଟ ଯାଉ କ୍ଷୟ

ନ ହେଉ କାହାର ଚିତ୍ତେ ଚିନ୍ତାର ଉଦୟ।

କିନ୍ତୁ କି କରିବି ବିିିିଧି ବିଧାନ ଅଦ୍ଭୁତ

ନିୟତିିର ସମୀପରେ ହୁଏ ବଶୀଭୂତ। 

ମୋର ନିହତେ ହେବ ପ୍ରଳୟ ଆଗମନ

ଆତଯାତ ନୋହିବେଟି ପକ୍ଷଚର ଗଣ। 

ନୋହିବେ ପରିବର୍ତ୍ତନ ଋତୁ ବର୍ଷ ମାସ

ଯା ଯୋଗୁଁ ସକଳ ଜୀଵେ ଲଭିଵେ ଵିିନାଶ। 

ଏ ବିଚାରି ହୃଦୟରେ ଥୋଇଣ‌ ପ୍ରସ୍ତର

ସହୁଅଛି ନିିନ୍ଦା ଅପବାଦ ମାନବର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍