STORYMIRROR

Mrunmayee Behera

Others

3  

Mrunmayee Behera

Others

ଅକୁହା କଥା

ଅକୁହା କଥା

1 min
193

ମନ ତଳ କୋହ ହୁଏ ବିସ୍ଫୋରିତ 

ଧାର ଧାର ଲୁହ ହୁଏ ପ୍ରବାହିତ ।।


ଦୁଃଖିନୀ ଆତ୍ମାର କରୁଣ କ୍ରନ୍ଦନ 

ନୀରବେ ନିର୍ଜନେ ମନ ଦୁଃଖାଚ୍ଛନ୍ନ ।।


ବିଚିତ୍ର ଦୁନିଆ ବିଚିତ୍ର ବନ୍ଧନ 

ଦୁଃଖଛାୟା ବିନା ସାଥେ ନାହିଁ ଆନ ।। 


ମନ ସଦା ଖୋଜେ ସ୍ନେହର ପରଶ 

ମିଳେ ନାହିଁ ସ୍ନେହ ବୃଥା ସବୁ ଆଶ ।।


ଏକା ଚାଲୁଅଛି ଜୀବନର ପଥେ 

ଏକା ଲୁହ ଧାର ପୋଛେ ନିଜ ହାତେ ।।


ଆଶାର ସଳିତା ମନ୍ଦ ମନ୍ଦ ଜଳେ 

ପ୍ରୀତି ପରିବର୍ତ୍ତେ ପ୍ରତାରଣା ମିଳେ ।।


ତଥାପି ଏମନେ ଆଶା ଅସୁମାରୀ 

ଶାଶ୍ଵତ ପ୍ରେମର ଝରୁ ସଦା ବାରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍