STORYMIRROR

Sarojini Jena

Others

4  

Sarojini Jena

Others

ଅକୁହା କଥା

ଅକୁହା କଥା

1 min
306


ଥିଲା ଦିନେ ପିଲାଦିନ ଧୂଳିଖେଳ

ବାଲି ଘର ତୋଳୁ ତୋଳୁ ଭେଟ ହେଲା ସାଥି,

ସମୟ ତ ଗଡ଼ିଗଲା

ନିତି ରଙ୍ଗୀନ ପ୍ରଜାପତି

ଧରିବାର ମେଳେ,

ନାନା ସ୍ବପ୍ନ ଉଙ୍କିମାରେ

ମନ ଇଲାକାରେ

ସମୟ ବିଚିତ୍ର

ବୟସ ବଢିଗଲା,

ଧୂଳି ଖେଳ ସାଥି ଚାଲିଗଲା

ଗାଁରୁ ସହର

ଭିନ୍ନ ଏକ ଇଲାକାକୁ

କେଜାଣି କାହିଁକି ପ୍ରତି ଦିନର,

ଖେଳ କୌତୁକ ମଜା ମଜଲିସ

ମନେପଡେ ଦେଇଥିଲା ଅନେକ ବ୍ୟଥା 

ଭାବୁଥିଲା ମନେ କେତେ ସ୍ବପ୍ନ,

ଆଙ୍କି ଏ ଚକ୍ଷୁରେ

ପୁଣି ଫେରିବ କି ସାଥି

କହିଦେବି ମନର ଅକୁହା କଥାକୁ

କିଛି ଥିଲା ସାଇତା

ହୃଦୟରେ ପୁଣି,

ସହରେ ତ ଯାଇ ନୂତନ ନୀଡ଼

ରଚିଲା ସଂଗୀନି

ଭୁଲିଗଲା ଶୈଶବର ସେଇ

ବାଲି ଧୂଳି ଇଟା ସଢ଼େଇରେ ତିଆରି

ଘରକରଣା ଟିକକ

ସୁଦୂର ସହରେ କାହିଁ ଆଖି ପାଏ ନାହିଁ

ପୁଣି ଅଚାନକ ଭେଟ ହୁଏ,

ସେଇ ପିଲାଦିନସାଥି ସଙ୍ଗେ

ବୟସ ତ ଯାଇଛି ମଉଳି 

ରଙ୍ଗ ବାସନା ଯାଇଛି ତ ହଜି,

କିନ୍ତୁ ମନରେ ଯେଉଁ ଅକୁହା କଥା ରହିଗଲା

ଚୀର ଦିନ ପାଇଁ ନା ହେଲା ସେ ନିଜର,

ନା ଭୁଲି ସେ ହେଉଛି ବାରମ୍ବାର

ସ୍ମୃତି ମନେପଡ଼ି ହୃଦୟ ବିଦୀର୍ଣ୍ଣ ହେଉଛି 

ଆଜି ସେ ଗାଁରେ ନିର୍ଜନ ବେଳାରେ,

ଭାବୁଛି ସେ ଦିନ

କାହିଁକି କହିଲାନି ତା' ଅକୁହା ବେଦନା 

ରହିଗଲା ସ୍ମୃତି ହୋଇ ସେଇ ପିଲାଦିନ...... ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍