STORYMIRROR

Arendra Kumar

Others

4  

Arendra Kumar

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
356

ଆଜିଏ ଅକ୍ଷୟ ତୃତୀୟା ଦିନଟି

ସବୁଠାରୁ ଶୁଭଦିନ

ସବୁ ଶୁଭକାର୍ଯ୍ୟ ହୁଏ ଶୁଭାରମ୍ଭ

ଆନନ୍ଦିତ ଜନ ମନ 


ଏହି ତିଥିରେ ତ ରଥର ନିର୍ମାଣ 

ପାଇଁ ଶୁଭାରମ୍ଭ ହୁଏ

ମହାକାଳୀ ମନ୍ତ୍ରେ ପୂଜିତ କୁରାଢ଼ି

ଅନୁକୂଳ କରିଥାଏ 


ନିର୍ବନ୍ଧ ବିବାହ ବ୍ରତୋପନୟନ

ଏହିଦିନ ଶୁଭ ହୁଏ

ଗୃହ ନିରିମାଣ ପାଇଁ ଏହି ଦିନ 

ଶୁଭ ଦିଆଯାଇଥାଏ 


ଚାଷୀ ପୁଣି ଚାଷ କାମରେ ତାହାର

ଶୁଭାରମ୍ଭ କରିଥାଏ

ଅମୃତ ବେଳାରେ ଅଖି ମୁଠି ଧରି

ଅନୁକୂଳ କରିଯାଏ 


ଜମିର ଐଶାନ୍ୟ କୋଣେ ହଳ କରି

ଲକ୍ଷ୍ମୀଙ୍କର ପୂଜା ସାରି

ଖତ ଓ ବିହନ ବୁଣି ସାରି ଚଷା

ଘରକୁ ଆସଇ ଫେରି 


କୃଷକ ଦିବସ ନାମେ ଏହି ଦିନ

ଚାଷୀଙ୍କୁ ମିଳେ ସମ୍ମାନ

ଏହିପରି କେତେ ଶୁଭ କାର୍ଯ୍ୟମାନ

ହୋଇଥାଏ ଏହି ଦିନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍