Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସନାତନ ଦାସ

Others

3  

ସନାତନ ଦାସ

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
256



ଜଗନ୍ନାଥଙ୍କ ଦେଶ ଆମର 

ମହାନ୍ ଆମ ପରମ୍ପରା,

କଳା ସଂସ୍କୃତିରେ ଧରା ଶୋଭା ପାଏ

 ସୁନ୍ଦର ରାଇଜ ସାରା..!!


ବାରମାସରେ ତେର ପରବ

 ଓଡ଼ିଶାର ରୀତି ନୀତି,

ଅକ୍ଷୟ ତୃତୀୟା ଅଟଇ ମହାନ୍

 ଗାଏ ଜୀବନର ଗିତି..!!


ରଥ କାଠ ପରା ଅନୁକୂଳ ହୁଏ 

ଏହି ପବିିତ୍ର ଦିନରେ,

ଅକ୍ଷୟ ହୁଏ ଧର୍ମର ଜଗତେ 

ଜଗାର ପାବନ ନାମରେ..!!


ଚାଷୀ ପୁଅ ଆଜି ଅନୁକୂଳ କରେ

 ଅକ୍ଷି ମୁଠି ତାର କ୍ଷେତ

ସୁନା କିଣିଦେଲେ ଶୁଭ ଧରାଯାଏ

ଟେକ ରହେ ଲକ୍ଷ୍ମୀ ନେତରେ..!!


ଚନ୍ଦନ ଯାତ ବି ପାଳନ ହୁଏ 

ଅକ୍ଷୟ ତୃତୀୟା ଦିନରୁ,

ଏହି ଦିବସର ମହତ୍ତ୍ଵର ଗାଥା

 ଲିଭେନାହିଁ ଆମ ମନରୁ..!!



Rate this content
Log in