ଅକିଞ୍ଚନ 'ବେଳା' ଅଳି
ଅକିଞ୍ଚନ 'ବେଳା' ଅଳି
1 min
13K
ପତିତ ଜନଟେ ଶରଣ ମାଗୁଛି
ଆହେ ପ୍ରଭୁ ଭାଵଗ୍ରାହୀ
ଭବବନ୍ଧନରେ ଛଟପଟ ହୋଇ
ଡାକେ ପ୍ରଭୂ ତ୍ରାହି ତ୍ରାହି,
ଭାଵ ଦେଇ ପ୍ରଭୁ ଭାବକୁ ରଖିବ
ଅକିଞ୍ଚନ 'ବେଳା' ଅଳି,
ନହେଲେ କିଙ୍କର ମନୋବାଞ୍ଛା ତାର
ପୁରାଇବ ଦେଇ ଗାଳି ,
ଭଡ଼ାଏ ଗାଳିରେ ଶୁଣି ନ ପାରିଲେ
ତୁମ ସିଂହ ଦୁଆରରେ,
ଡାକି ହାକି ପ୍ରଭୁ କହିଵ ସଭିଙ୍କୁ
କେହି ନ ଯାଅ ମନ୍ଦିରେ,
ଖାଣ୍ଟି ଓଡ଼ିଆରେ 'ଖଣ୍ଟ' ବୋଲି କହି
ଘଣ୍ଟ ପିଟି ପିଟି ଯିବ,
ସାର ହେବ ଯାହା ନିନ୍ଦା ଅପବାଦ
ଠକ ପ୍ରଭୁ ବୋଲାଇବ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
