Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswanath Nayak

Others

4  

Biswanath Nayak

Others

ଅହଙ୍କାର-------------

ଅହଙ୍କାର-------------

1 min
23.5K


ଅହଙ୍କାର

-------------

ରୋକିପାରେ ଯିଏ

     ତଟିନୀର ସୁଅ

       ରୋକି କି ପାରିବ ମମତା ଧାରା ?

ମାନେନା ମମତା

     ବାଧା ଓ ବନ୍ଧନ

         ସ୍ନେହରେ ଭିଜାଏ ଜଗତ ସାରା। 


କାଟିପାରେ ଯିଏ

    ଲୌହର ଶିକୁଳି

        କାଟି କି ପାରିବ ସମ୍ପର୍କ ଚେର?

ଯେତେ କାଟିଲେ ବି

    ତୁଟେନା ସମ୍ପର୍କ

        ସମ୍ପର୍କର ଚେର ଅତି ଗଭୀର। 


ଜିଣିପାରେ ଯିଏ

   ଏ ସାରା ଜଗତ

       ଜିଣି କି ପାରିବ ଆପଣା ମନ ?

ଆପଣା ମନକୁ

   ଜିତିପାରେ ଯିଏ

       ସମ୍ରାଟ ପଣକୁ ସେହି ଭାଜନ। 


ଲଙ୍ଘିପାରେ ଯିଏ 

    ସପତ ସାଗର

       ଲଙ୍ଘି କି ପାରିବ ସଂସାର- ସିନ୍ଧୁ ?

ସଂସାର- ସାଗର

    ପାରି ହେବା ପାଇଁ

        ସାହା ଏକା ପ୍ରଭୂ ଜଗତ ବନ୍ଧୁ। 


ପାର୍ଥିବ ସମ୍ପଦେ

    କରି ଅହଙ୍କାର

       ଧନୀ ବୋଲି ଗର୍ବ କରେ ଯେ ଜନ,

ଶେଷ ନିଃଶ୍ୱାସ ସେ

    କିଣି କି ପାରିବ

        ସତରେ ମଣିଷ କେତେ ଅଜ୍ଞାନ !



Rate this content
Log in