STORYMIRROR

Durjyodhan Barik

Others

4  

Durjyodhan Barik

Others

ଅହଲ୍ୟା ଉଦ୍ଧାର

ଅହଲ୍ୟା ଉଦ୍ଧାର

1 min
271

ଦେଖିଲେ ଦେବେନ୍ଦ୍ର ଅହଲ୍ୟା ସୁନ୍ଦରୀ

ଅନୂପମ ତା ଯୌବନ 

ମଦନ ଘାରିଲା ହୃଦୟେ ତାଙ୍କର

ହେଲା ପ୍ରାପ୍ତି ଅର୍ଥେ ମନ ।


ଚନ୍ଦ୍ରଙ୍କୁ ଲୋଡିଲେ ଅନୁରୋଧ କଲେ

ଭୋର ବେଳା ଲୁଚିବାକୁ 

ରାତ୍ର ଥାଉଁ ଥାଉଁ ଚନ୍ଦ୍ର ଲୁଚି ଗଲେ

ସାହାଯ୍ୟ କଲେ ଇନ୍ଦ୍ରଙ୍କୁ ।


ଗୌତମ ଭ୍ରମିଲେ ପ୍ରତ୍ୟୁଷ ଭାବିଲେ

ସ୍ନାନାର୍ଥେ ବାହାରି ଗଲେ  

ଦେବରାଜ ଇନ୍ଦ୍ର ଋଷିଙ୍କ ଆଶ୍ରମେ

ଧୀରେ ଧୀରେ ପ୍ରବେଶିଲେ ।


କପଟୀ ଇନ୍ଦ୍ରଙ୍କ କପଟ ଫାଶରେ

ଋଷି ନାରୀ ବନ୍ଧା ହେଲେ 

ନିଜ ପତି ଭାବି ବାସବ ବକ୍ଷରେ

ଆପେ ଆପେ ଲୋଟି ଗଲେ ।


ଚନ୍ଦ୍ର ପ୍ରକଟିଲେ  ଭ୍ରମ ତୁଟି ଗଲା

ଆଶ୍ରମକୁ ଫେରି ଆସି  

ଦେଖିଲେ ସ୍ଵନେତ୍ରେ ଇନ୍ଦ୍ର ଓ ଅହଲ୍ୟା

ଅସଞ୍ଜତେ ଛନ୍ତି ବସି ।


ଅଭିଶାପ ଦେଲେ ପାପୀ ଦେବେନ୍ଦ୍ରଙ୍କୁ

ଶରୀରେ ସହସ୍ର ଯୋନି 

ଅହଲ୍ୟାକୁ ଶାପ ଦେଲେ ଋଷି ସ୍ଵାମୀ

ହୋଇଲା ନାରୀ ପାଷାଣୀ ।


ସେହି ଦିନ ଠାରୁ ଆଶ୍ରମ ପ୍ରାଙ୍ଗଣେ

ପଥରଟି ପଡିଥିଲା  

ନିଜ ମୁକ୍ତି ପାଇଁ ରାମ ରାମ କହି

ରାମ ଅପେକ୍ଷାରେ ଥିଲା ।।


ଶ୍ରୀରାମ ଲକ୍ଷଣ ଗୁରୁଙ୍କ ସହିତ

ସେହି ପଥେ ଯାଉଥିଲେ  

ଗୌତମ ଋଷିଙ୍କ ଆଶ୍ରମ ପ୍ରାଙ୍ଗଣେ

ଅହଲ୍ୟା ଉଦ୍ଧାର କଲେ ।


ତବ ପଦ ସ୍ପର୍ଶେ ବ୍ରହ୍ମାଙ୍କ କୁମାରୀ

ପ୍ରସ୍ତରରୁ ହେଲେ ନାରୀ 

ତବ ଚରଣରେ ଅର୍ପେ ଭକ୍ତି ପୁଷ୍ପ

କ୍ଷମ ଶ୍ରୀରାମ ଶ୍ରୀହରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍