STORYMIRROR

Bunee Tripathy

Others

4  

Bunee Tripathy

Others

ଅହିଂସା ପୂଜାରୀ

ଅହିଂସା ପୂଜାରୀ

1 min
377

ତୁମ ପରି ଥଲା ପିଲାଟିଏ

   କହେନି କେବେ ମିଛସିଏ

ପିତାମାତାଙ୍କର ପ୍ରିୟ ହୋଇ

    ରହିଥିଲା ସିଏ ସାଙ୍ଗ ହୋଇ।


ସାଙ୍ଗ ପିଲା ଦିନେ କଲେ ବାଧ୍ଯ

    ଭୋଜିରେ ମିଶିବେ ଯେହ୍ନେ ସତ

କରିଥିଲା ମନା ବାରବାର

     ଆମିଷେ କେବେ ମାରିବନି ହାତ।


ମିଳିଗଲା ଆସି ସେହିଦିନ

    ଖାଇଲେ ଆମିଷ ଲୁଚି ସତ

ମନେମନେ ସିଏ ହେଲେଘାରି

    କହିପାରିଲେନି କାହାକୁ ସତ।


ଆସିଗଲା ମାଡି ଯେ ଅନ୍ଧାର

   ଶୋଇପାରିଲାନି ସେହି ପିଲା

ମିଛ କଥାରେ ହେଲା ଛଟପଟ

    ମନ ତଳ ତାର ଘାଣ୍ଟିହେଲା।


ଅନୁଭବ ପରା କଲାସହି

   ମିଛ ଅଟେ ପରା କ୍ଷଣସ୍ଥାୟୀ

ସତ କହି ପଛେ ପାଅ ଦଣ୍ଡ

    ଦିଅନି ତ ମିଛକୁ ଆଶ୍ରୟ।


ସେହିଦିନ ଠାରୁ ଚେତିଗଲ

   ଅହିଂସାର ନୀତି ଧରଥିଲ

ସ୍ବାଧୀନତାର ଅଗ୍ରଜ ତୁମେ

    ବାପୁ ନାମେ ତ ବିଖ୍ୟାତ ହେଲ।


ଗାନ୍ଧିଜୀ ନାମରେ ହେଲ ଖ୍ଯାତ

    ଜାତିର ପିତା ବୋଲାଇଲ

ଦେଶ ଜାତିର ରଖିଲ ମାନ

    ଅହିଂସା ପୂଜାରୀ ହୋଇଗଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍