STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ଅଗଣା ମାଟି

ଅଗଣା ମାଟି

1 min
41

ନୁଆଁଣିଆ ଚାଳ ତଳୁ ନାଲି ଚାହା ପରି

ନିଗିଡ଼ା ବର୍ଷା ପାଣି 

ମଉନାବତୀ ମାଟିକୁ ଛୁଇଁ ଦେଲା ପରେ 

ମାଟି ନରମି ଯାଏ ଲାଜ ରେ 

କିନ୍ତୁ ଫି କିନା ହସି ହସି ରଚିତ କରେ 

ଘିରିଘିରି ଚକା ଭଉଁରୀ ଖେଳ 

ପୁଣି ଶିଖି ଶିଖାଇ ଥାଏ ଶୂନ ଶୂନ ଚଳା ଶୂନ 

ପୁଣି ପାହାନ୍ତିଆ ଆହ୍ଵାନ କରେ ନୀଳ ଆକାଶକୁ 

କଷି ବାକୁ ଜୀବନର ଅଙ୍କ

ମିଶାଣ ଫେଡାଣ ଗୁଣନ ହରଣ 

ଏଇଠି ଜନମ ଏଇଠି ମରଣ 

ଏଇଠି ସୃଜନ ଏଇଠି ବି ଲୀନ.. 

ଥରେ ଥରେ ଆକାଶକୁ 

ଥରେ ମାଟିକୁ 

ଦେଖି ବନେଇ ଦିଏ ଆବଡାଖାବଡା ସରୁ ରାସ୍ତା ଟିଏ 

ଏନ୍ତୁଡି ଠୁ ମଲା ଦିହୁଡ଼ି ଯାଏଁ 

ଠ ପ୍ ଠ ପ୍ ଶାବ୍ଦିକରୁ ଥୁକୁଲ୍ ଥୁକୁଲ୍

ଥିରି ଥିରି ଥୁରୁଥୁରୁ ଚାଲି ପାଇଁ 

ତଥାପି ସେ ଆତ୍ମ ବିଭୋର 

ବୃତ୍ତ ପରିଧି କୁ ଚାହିଁ ଚାହିଁ 

କେନ୍ଦ୍ର ବିନ୍ଦୁ ଟିଏ ହୋଇ ଯୁଗ ଯୁଗ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍