ଅଗଣା ମାଟି
ଅଗଣା ମାଟି


ନୁଆଁଣିଆ ଚାଳ ତଳୁ ନାଲି ଚାହା ପରି
ନିଗିଡ଼ା ବର୍ଷା ପାଣି
ମଉନାବତୀ ମାଟିକୁ ଛୁଇଁ ଦେଲା ପରେ
ମାଟି ନରମି ଯାଏ ଲାଜ ରେ
କିନ୍ତୁ ଫି କିନା ହସି ହସି ରଚିତ କରେ
ଘିରିଘିରି ଚକା ଭଉଁରୀ ଖେଳ
ପୁଣି ଶିଖି ଶିଖାଇ ଥାଏ ଶୂନ ଶୂନ ଚଳା ଶୂନ
ପୁଣି ପାହାନ୍ତିଆ ଆହ୍ଵାନ କରେ ନୀଳ ଆକାଶକୁ
କଷି ବାକୁ ଜୀବନର ଅଙ୍କ
ମିଶାଣ ଫେଡାଣ ଗୁଣନ ହରଣ
ଏଇଠି ଜନମ ଏଇଠି ମରଣ
ଏଇଠି ସୃଜନ ଏଇଠି ବି ଲୀନ..
ଥରେ ଥରେ ଆକାଶକୁ
ଥରେ ମାଟିକୁ
ଦେଖି ବନେଇ ଦିଏ ଆବଡାଖାବଡା ସରୁ ରାସ୍ତା ଟିଏ
ଏନ୍ତୁଡି ଠୁ ମଲା ଦିହୁଡ଼ି ଯାଏଁ
ଠ ପ୍ ଠ ପ୍ ଶାବ୍ଦିକରୁ ଥୁକୁଲ୍ ଥୁକୁଲ୍
ଥିରି ଥିରି ଥୁରୁଥୁରୁ ଚାଲି ପାଇଁ
ତଥାପି ସେ ଆତ୍ମ ବିଭୋର
ବୃତ୍ତ ପରିଧି କୁ ଚାହିଁ ଚାହିଁ
କେନ୍ଦ୍ର ବିନ୍ଦୁ ଟିଏ ହୋଇ ଯୁଗ ଯୁଗ ପାଇଁ ।