ଅଦୃଷ୍ଟ ରଜା
ଅଦୃଷ୍ଟ ରଜା
କୋମଳାଙ୍ଗି ଓ ଚପଳ ଭଙ୍ଗି ଭାବ ସମ୍ପୂଟର
ଖଣ୍ଡିଏ ବାଲୁକା ତଟଟେ..
ମଧୁଲିଟ୍ ର ଆଖି ଆଢୁଆଳରେ
ନବାଙ୍କୁର ବାସ୍ନା ହୀନ କଳିକା ଟେ l
ଯା ବିନା ନିଃଶବ୍ଦ _ଶ୍ରୀହୀନ ହୁଏ
ଧୂଳି ଧୂସରିତ ଗାଁ ଦାଣ୍ଡ I
କିତ୍ତି କିତ୍ତି ଖେଳର ଅପ୍ରତିଦ୍ୱନ୍ଦୀ ପରୀ ଭାବେ
ନିଜକୁ ମନୋନୟନ ପତ୍ର ରେ ଦସ୍ତଖତ କରି ଦିଏ
ଖାଲି ସେତିକି ନୁହେଁ..
ଗାଆଁ ମୁଣ୍ଡରେ ଥିବା ତେନ୍ତୁଳି ଗଛରୁ ମେଞ୍ଚାଏ ତେନ୍ତୁଳି ଆଣି
କଞ୍ଚା ଲଙ୍କା ଓ ଲୁଣ ସହିତ ବାନ୍ଧି ଦେଉଥାଏ ବନ୍ଧୁ ସମ୍ପର୍କ..
ଖୁଦୁରୁକୁଣୀ ଓଷାର ଶେଷ ପାଳିର ବଡ଼ି ଭୋର୍ ରୁ
ନୋଦର ଭର୍ତ୍ତି କଇଁ ଅଜାଡି ଦିଏ ଓଦା ସରସର ହୋଇ..
କିନ୍ତୁ ନିଷ୍ଠୁର ହୁଏ ସମୟ ମୁହୂର୍ତ୍ତର ସଲାସୁତୁରା
ଭାବ ବିନିମୟରେ l
ଅଲକ୍ଷ୍ୟରେ କାମରାଜ ଫିଟାଏ ଦିଏ
ପଦ୍ମ କଢ କିଶୋରୀର ଛାତି ସରସୀରେ...
ଖୁସି ସାଉଁଟି ରଖନ୍ତି ବାପା ମା ଆତ୍ମୀୟ ସ୍ଵଜନାନାଂ
ବସାଇ ଦେଇ ଦୁହିତା ଜନ୍ମ ର ପୁଣ୍ଯ ଭାଡି ରେ ...
କିନ୍ତୁ କଡ଼ା ତାଗିଦ୍..
ଏଣିକି ସବୁ କିଛି ମନl..
ଟାଣି ଦିଅନ୍ତି ଲକ୍ଷ୍ମଣ ରେଖା ପୁରୁଷ ବିରୁଡି ଙ୍କ ଶକ୍ତ ଦଂଶନ ରୁ ବର୍ତିବା ପାଇଁ...
ପରିବାର _ବଂଶ ବୁନିଆଦ ର
ମାନ ସମ୍ମାନ ଓ ଇଜ୍ଜତ୍ ରକ୍ଷା ପାଇଁ..
କାରଣ ଏଠି ତ ସମସ୍ତେ ଆଚାର୍ଯ୍ୟ ଶଙ୍କର ନୁହଁ ଯେ କି ବକ୍ଷ ଭାଗର
କ୍ରମ ବର୍ଦ୍ଧିତ ଅଂଶକୁ ମାଉଁସ ମେଞ୍ଚାଏ _ବିକାର ବୋଲି ନାମିତ କରିବେ..
ମଉଳି ଯାଏ ସବୁ କିଛି...
ରାତି ଅଧରେ ବେଳେ ବେଳେ ଧାଇଁ ଆସନ୍ତି ସବୁ ସମ୍ପର୍କିତ ମାନେ
ଦି ଚାରି ଘେରା ବୁଲେଇ ଆଣନ୍ତି ଗାଆଁ ଦାଣ୍ଡରେ..
ଉଠି ପଡ଼ି ଭାବେ ସତ ରେ କଣ..
ମୁଁ ଆଉ ବୁଲି ପାରିବି ନାହିଁ..??
ଯମୁନା ଯିବାକୁ କଣ ଜୀବନ ରାଧାକୁ ମନା?
ଗୋପନ ରଜାକୁ ସପନ ଦେଖିବା କଣ ମନା
ଅଦୃଷ୍ଟ ରଜାକୁ ଖୋଜିବା କଣ ମନା?
ନିଜକୁ ପଚାରେ ଯୁଗ ଯୁଗ ଧରି ଟିଏ
ସମୟ ର ଅଭିବ୍ୟକ୍ତ ନା ବୟସ ର ସ୍ୱୀକାରୋକ୍ତି..???
