STORYMIRROR

Brundabana Pradhan

Others

2  

Brundabana Pradhan

Others

ଅଦୃଶ୍ୟ ପଥିକ

ଅଦୃଶ୍ୟ ପଥିକ

1 min
23

କିଏ ଜଣେ ଏ ଦୁନିଆ 

ଛାଡିଗଲେ ମୁଁ କିଆଁ

ଏତେ ବ୍ୟତିବ୍ୟସ୍ତ ହୋଇପଡେ। 

ତାହା ମୁଁ ଜାଣିପାରେନା

ପୁଣି କିଛି ଦିନ ଗଲାପରେ

ସେହି ଆତ୍ମୀୟ କୁ

ଧିରେ ଧିରେ ଭୁଲିଯାଏ। 

ହେଲେ ମୁଁ ବି ତ 

ଜାଣିପାରେନା ,

ମୁଁ ଯେ ସେହି ପଥର 

ଅଦୃଶ୍ଯ ପଥିକ ଟିଏ ବୋଲି। 

ଘନ ଅନ୍ଧକାରେ ଖୋଜିବୁଲେ

ମୋ ଜୀବନ ଯନ୍ତ୍ରକୁ

ହୁଏ ତ ତାହା କେତେବେଳେ 

କାଳାତିପାତ କରେ କାଳେ

ତାହା ଭାଙ୍ଗିଯିବ ବୋଲି 

କେବଳ ଯେ ମୁଁ ଅନ୍ଵେଷଣ କର

ସେ ପଥ କେବେ ସରିଯିବ ବୋଲି ।



Rate this content
Log in