STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଅଧୁନା

ଅଧୁନା

1 min
193

କି ହୋଲାଣି ଆଜି ସମାଜ ବନ୍ଧୁରେ

କି ହେଲାଣି ଦେଖ ସମାଜ

ଅଧୋଗତି ଏଇ ମଣିଷ ଜାତିର 

ବୁଡି ବୁଡି ଯାଏ ସୂରୁଯ ।।


ବିଶୃଙ୍ଖଳତାର ଉତ୍କଟ ଗନ୍ଧରେ

ସଂସ୍କୃତି ହୁଏ କଳୁଷିତ

ଉଦ୍ଭଟ ଚିନ୍ତାରେ ମଗ୍ନ ନର ନାରୀ

ଘୋଟିଆସେ ଘୋର ବିତ୍ପାତ

କଳା ଅନ୍ଧାରରେ ଅଦୃଶ୍ୟ ଜୀବନ

ଶରାଘାତେ କ୍ରୌଞ୍ଚ ଆହତ

ବନ୍ଧୁରେ, କି ହେଲାଣି ଆସି ସମାଜ ।।


ମଣିଷ ମନରେ ପୈଶାଚିକ ଭାବ

ଆସୁରିକ ଗୁଣ ଉଦ୍ରେକ

ଲୋଭ,ମୋହ,ମାୟା,କାମ, କ୍ରୋଧ ନିଆଁ

ଜାଳିଦିଏ ବୁଦ୍ଧି ବିବେକ

ଅବିଶ୍ୱାସ ବିଷ ରୁଦ୍ଧ କରେ ଶ୍ଵାସ

ଆହା କି ଯନ୍ତ୍ରଣା ଦାୟକ

ବନ୍ଧୁରେ, କି ହେଲାଣି ଆସି ସମାଜ ।।


ନାରୀ ବିଶୃଙ୍ଖଳ ନର ଉତ୍ସୃଙ୍ଖଳ

ଦୟା,ଧର୍ମ,କ୍ଷମା ଗୁପତ

ସମ୍ଭ୍ରମତା ହୀନ ଦୁର୍ବଳ ସମାଜ

ନିରୁପାୟ ଚିତ୍ରେ ଚିତ୍ରିତ

ସତେ ଫେରିବ ସୁଦିନ ଭଗବାନ

କାହିଁଅଛ ଦେଖା ଦିଅତ

ବନ୍ଧୁରେ, କି ହେଲାଣି ଆସି ସମାଜ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍