STORYMIRROR

Indrabadal Mohanty

Others

3  

Indrabadal Mohanty

Others

ଅଦେଖା ଚିତ୍ର

ଅଦେଖା ଚିତ୍ର

1 min
281

ଅମାବାସ୍ୟାର ଅନ୍ଧାର ରାତି ଆଜି ଧୀରେ ଧୀରେ ବଢିବାକୁ ଲାଗିଛି,


ଶ୍ରାବଣ ଗଲା ପରେ ବି ବିଜୁଳି ଆଲୁଅରେ ଏକ ଅସ୍ପଷ୍ଟ ଚିତ୍ର ଆଖି ଆଗରେ ଝଲସି ଉଠୁଛି।


ଛମଛମ ପାଉଁଜିର ସ୍ୱର ନିର୍ଜନ ରାତିର ବୁକୁ ଚିରି ସାମ୍ନାକୁ ବାହାରି ଆସୁଛି,


ଶ୍ୱେତବସ୍ତ୍ରରେ କିଏ ଆଜି ଦୁରେ ଠିଆ ହୋଇ ମଧ୍ୟ ପାଖରେ ଅନୁଭବ ହେଉଛି।


ବିନା ଫଗୁଣରେ ବି ତା ମୁହଁ ଆଜି ଅଧା ନାଲି ରଙ୍ଗେ ରଙ୍ଗେଇ ହୋଇ ଅଦେଖା ଚିତ୍ର ଆଙ୍କିଛି,


ସୁଲୁସୁଳିଆ ପବନକୁ ଅଟକାଇ ଥିରିଥିରି ହୋଇ ତା ହସ ଆଜି କାନ ପାଖେ ଭିନ୍ନ ଏକ ଗୁଞ୍ଜରଣ ସୃଷ୍ଟି କରୁଛି।


ଖୋଲା କେଶରେ ଆଚ୍ଛାଦିତ ହୋଇ ସେ ଆସ୍ତେ ଆସ୍ତେ ରଜନୀର ରାଜ୍ୟରେ ଧସେଇ ପଶୁଛି,


ଢଳଢଳ ତା ଦୁଇ ନୟନରୁ କେଇ ବୁନ୍ଦା ରକ୍ତ ଅମାନିଆ ସ୍ରୋତ ହୋଇ ଝରିପଡୁଛି।


ବହୁ କଥା କହିବାକୁ ଚେଷ୍ଟାକରି ବି ତା ଅଧର ଆଜି ଚୁପଚାପ ଠିଆ ହୋଇ ରାଗର ନିଆଁରେ ସେ ଆଜି ଜଳୁଛି,


ସୌନ୍ଦର୍ଯ୍ୟର ନୂଆ ଏକ ନବୀକରଣ ସୃଷ୍ଟି କରି ଏ ସୁଦୀର୍ଘ ମହାକାଶର ଶୂନ୍ୟତା ସହ ବିଲୟ ହୋଇ ଯାଉଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍