ଅଚିହ୍ନା ମଣିଷର ଛାଇ
ଅଚିହ୍ନା ମଣିଷର ଛାଇ
ଏକା ଏକା ନିଛାଟିଆ ରାଜ ରାସ୍ତାରେ ଗଲାବେଳେ
ହଠାତ କେହି ଜଦି ଅଚାନକ ଚାଲି ଆସେ ସାମ୍ନାକୁ
ଛାତିରେ ଛନକା ପଶେ ହୃତସ୍ପଦନର ଗତି ବଢିଯାଏ
କାହିଁରେ କେତେ ଗଣନାର ବାହାରେ
ମନ ଖୋଜେ ଚିହ୍ନା ମୁହଁଟିଏ ମିଳନ୍ତାକି ରାସ୍ତା ପାର କରିବାକୁ
ହେଲେ ବୋକି ଝିଅ କଣ ଜାଣେ
ଚିହ୍ନା ଆଉ ଅଚିହ୍ନା ଭିତରେ ଫରକ କରିବା
ସମସ୍ତଙ୍କୁ ନିଜର ଭାବିନିଏ କିଛି ସମୟ ଭିତରେ
ଚିହ୍ନି ପାରେନି ନିଜର ପରିଚୟ ଦେଉଥିବା ରାକ୍ଷସମାନଙ୍କୁ
ସେମାନଙ୍କ ଠାରୁ ତ ଶହେ ଗୁଣ ଭଲ ସେଇ ଅଚିହ୍ନା ମାନେ
ଯେଉଁମାନେ ତାକୁ ଆଣିଥିଲେ ମୁର୍ମୁଷ ଅବସ୍ଥାରେ ଆଣି ଡାକ୍ତରଖାନାକୁ
ତାହେଲେ ସେମାନେ କଣ କଲେ ଚିହ୍ନା ହେବାରେ
ବୋକି ଝିଅକୁ ଏକାକୀ ପାଇଁ ଖେଳି ବସିଲେ ଏମିତି ଖେଳ
ବିଶ୍ୱାସରେ ବିଷ ମିଶାଇ ଖେଳିଗଲେ ତା ଦେହ ସହ
ଆଉ ଲହୁ ଲୁହାଣ କରି ଛାଡ଼ିଗଲେ ମୁର୍ମୁଷ ଅବସ୍ତାରେ
ତେବେ ଭରସା କରିବା କାହାକୁ
ଚିହ୍ନା ମୁହଁକୁ ନା ଅଚିହ୍ନା ମୁହଁକୁ ଏକା ଏକା ନିର୍ଜନ ପଥରେ
ଯେତେବେଳେ କାମ କରେନି ମନ ଆଉ ବିବେକ।।।
