STORYMIRROR

subrat kumar jena

Others

3  

subrat kumar jena

Others

ଅଚିହ୍ନା ମଣିଷର ଛାଇ

ଅଚିହ୍ନା ମଣିଷର ଛାଇ

1 min
101

ଏକା ଏକା ନିଛାଟିଆ ରାଜ ରାସ୍ତାରେ ଗଲାବେଳେ

ହଠାତ କେହି ଜଦି ଅଚାନକ ଚାଲି ଆସେ ସାମ୍ନାକୁ

ଛାତିରେ ଛନକା ପଶେ ହୃତସ୍ପଦନର ଗତି ବଢିଯାଏ

କାହିଁରେ କେତେ ଗଣନାର ବାହାରେ

ମନ ଖୋଜେ ଚିହ୍ନା ମୁହଁଟିଏ ମିଳନ୍ତାକି ରାସ୍ତା ପାର କରିବାକୁ

ହେଲେ ବୋକି ଝିଅ କଣ ଜାଣେ

ଚିହ୍ନା ଆଉ ଅଚିହ୍ନା ଭିତରେ ଫରକ କରିବା

ସମସ୍ତଙ୍କୁ ନିଜର ଭାବିନିଏ କିଛି ସମୟ ଭିତରେ

ଚିହ୍ନି ପାରେନି ନିଜର ପରିଚୟ ଦେଉଥିବା ରାକ୍ଷସମାନଙ୍କୁ

ସେମାନଙ୍କ ଠାରୁ ତ ଶହେ ଗୁଣ ଭଲ ସେଇ ଅଚିହ୍ନା ମାନେ

ଯେଉଁମାନେ ତାକୁ ଆଣିଥିଲେ ମୁର୍ମୁଷ ଅବସ୍ଥାରେ ଆଣି ଡାକ୍ତରଖାନାକୁ

ତାହେଲେ ସେମାନେ କଣ କଲେ ଚିହ୍ନା ହେବାରେ

ବୋକି ଝିଅକୁ ଏକାକୀ ପାଇଁ ଖେଳି ବସିଲେ ଏମିତି ଖେଳ

ବିଶ୍ୱାସରେ ବିଷ ମିଶାଇ ଖେଳିଗଲେ ତା ଦେହ ସହ

ଆଉ ଲହୁ ଲୁହାଣ କରି ଛାଡ଼ିଗଲେ ମୁର୍ମୁଷ ଅବସ୍ତାରେ

ତେବେ ଭରସା କରିବା କାହାକୁ

ଚିହ୍ନା ମୁହଁକୁ ନା ଅଚିହ୍ନା ମୁହଁକୁ ଏକା ଏକା ନିର୍ଜନ ପଥରେ

ଯେତେବେଳେ କାମ କରେନି ମନ ଆଉ ବିବେକ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍