ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
...... ଅଚିହ୍ନା ମଣିଷ.......
ମୋ ଦେହରେ ବି ଫୁଆର ଉଠେ
ବେଳେ ବେଳେ ଯେବେ
ତୁମ ସ୍ମୃତିର କାକର ବିନ୍ଦୁ ସବୁ
ମୁକ୍ତାର ମୋହରେ ସୃଷ୍ଟିକରେ
ବିଡମ୍ବନା..... ଆଉ ମୁଁ
ସାଜି ଯାଏ ଅଚିହ୍ନା ମଣିଷ
ତୁମ କୋଳାହଳମୟ ପଥିବୀରେ
ତୁମେ ନିର୍ଲ୍ଲିପ୍ତ ହୋଇ ଚାଲିଯାଅ
ମରିଚିକା ଭ୍ରମରେ
ତୁମ କଟାକ୍ଷରେ
ମୁଁ ଚିହ୍ନା ମଣିଷଙ୍କ ମଧ୍ୟରେ
ଲୁଚିଯାଏ ଅଚିହ୍ନା ପଣରେ ାା
ତୁମ ମୁଖ ମଣ୍ଡଳର ରେଖାମାନ
ମତେ ସନ୍ତପ୍ତ କରନ୍ତି ଅହରହ
ଯେମିତି ତୁମେ ନୀରଦ ମୁଁ
ସେଇ ଅନାବନା ର ସରହଦ
ତୁମ ବିନା ଫୁଲରୁ ସୁରଭି
ହୁଏ ବିଚ୍ଛେଦ ତଥାପି ମୁଁ
ସେମିତି ପ୍ରତିକ୍ଷୀତ
ଦୁନିଆ ଦାଣ୍ଡରେ ହୋଇ
ବାର ବାର ଉପେକ୍ଷିତ
ଦିନ ଅସିବ ଅଚିହ୍ନା ମଣିଷ
ଯାର ଆଜି ପରିଚୟ
ଦେଖାଇବ ତା ପରାଭବ
ତୁମେ ବି ଲୋଡିବ ଏଇ
ଅଚିହ୍ନା ମଣିଷଟିକୁ
ଯିଏ ଶାଳଗ୍ରାମ ହେବ ାା
ତୁମ ଆଖିର ସ୍ପର୍ଶରେ
ମୋ ହୃଦୟ କାନ୍ଥରେ
ଆଙ୍କି ହୋଇଥିବା ସରଳ ରେଖାଟି
ଆଜି ପାଲଟିଯାଇଛି
ପୂର୍ଣ୍ଣିମା ରାତିର ଜହ୍ନ
ମୁଁ ତୁମ ଆଖରୁ ସ୍ବପ୍ନ ସବୁ
ସାଉଁଟି ଚାଲିଥିବା ମୂହୁର୍ତ୍ତରେ
ତୁମେ ଲେଖୁଛ ଭିନ୍ନ ଏକ
ଇତିହାସ ସମାଜ ପୃଷ୍ଠାରେ
ମୁଁ ରଙ୍ଗୀନ୍ ଛବି ଆଙ୍କି
ଚରିତ୍ର ଗୁଡିକୁ ସଜୀବ
କରିବା ମୋହରେ ବ୍ୟତିବ୍ୟସ୍ତ
ତୁମେ ସେମିତି ନିର୍ଲିପ୍ତ
ଜଞ୍ଜାଳ,ମୋହଗ୍ରସ୍ତରେ
ଅଚିହ୍ନା ମଣିଷର ଆଶା ଆଶଙ୍କା
ଆଜି ବି ଜୀବିତ
ତୁମେ କେଉଁ ଉପାଦାନ
ଜୀବନ୍ତ ନା ମୃତ
ଅଚିହ୍ନା ମଣିଷ ସାଜି
ମୁଁ ଆଜି ବି ସନ୍ତପ୍ତ