ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ଅଚିହ୍ମା ମଣିଷ
**********
ଶାସ୍ତ୍ର କହେ ଅଜ୍ଞାନ କୂଳଶୀଳସ୍ୟ ବାସ ନ ଦେୟୋ ।
ଏତେ ବଡ ଦୁନିଆଁରେ ସମସ୍ତେ ପରିଚିତ ବା ଜଣା ଶୁଣା ଥିବେ ତାହାର କିଛି ମାନେ ନାହିଁ । ତଥାପି ନାମ ଜାତି କୂଳ ବିଷୟରେ ସମ୍ୟକ୍ ଧାରଣା ନ ଥିବା ବ୍ୟକ୍ତି ସହିତ ବନ୍ଧୁତ୍ୱ କଲେ କିପରି ବିପଦରେ ସମୁଖିନ ହବାକୁ ପଡେ ତାହା କବିତାରେ ମୁଁ ବର୍ଣ୍ଣନା କରୁଛି ।
ଏତ ବଡ ଦୁନିଆଁରେ ନୁହଁନ୍ତି ସଭିଏଁ ନିଜର ।
କିଏ ସମ୍ପର୍କିୟ ଆଉ କିଏ ବନ୍ଧୁ ବାନ୍ଧବ ଭାବେ ପରିଚିତ ।।
ଆଜି ଯିଏ ଅଜଣା ଅଶୁଣା କାଲି ସିଏ ଜଣା ।
ଚିହ୍ମା ପରିଚିତ ବେଳେ ବେଳେ ନ ଦିଅନ୍ତି ଠିକଣା।।
ଅଚିହ୍ନା ଅପରିଚିତ ବେଳେ ବେଳେ ସାହାଯ୍ୟ କରନ୍ତି ବିପଦ ସମୟରେ ।
ଯଦି ଆମେ ନିଏ ଏକ ବାହାଘରରର ।
ତେବେ ତାହା କରିଦିଏ ଷ୍ପଷ୍ଟ ।।
ଏମିତି ଏକ ବାହାଘର ହୁଏ ପୁଅ କି ଝିଅ ।
କେହି କାହାକୁ ଜାଣି ନଥାନ୍ତି କିମ୍ବା ଫେସବୁକ କି ସୋସିଆଲ ମିଡିଆ ଦ୍ୱାରା ପରିଚିତ ହୋଇ ବାହାଘର ହୋଇଥାଏ ।।
ସୌଭାଗ୍ୟବଶତଃ ପୁଅ ଝିଅଙ୍କର ମନ ବିବାହ ପରେ ମିଶିଲା ତ ବିଭାଘର ହୁଅଇ ସଫଳ ।
ଅବା ଘଟେ ପଶ୍ଚାତାପ ଘଟେ ବିବାହ ବିଚ୍ଛେଦ ମୂଳ ।।
ଅଚିହ୍ମା ଅପରିଚିତ ଲୋକକୁ ଆମେ କରିଥାଉ ଦାନ ଧର୍ମ ।
କିଏ ଜାଣେ ସେ ଦାନ ଧର୍ମ ପାଇବାକୁ ଯୋଗ୍ୟ କି ଅଯୋଗ୍ୟ ।।
ଏ ଦୁନିଆଁରେ ସମୟ ଚକ୍ରରେ ଅଚିହ୍ନା ହୁଅଇ ଚିହ୍ନା
ଚିହ୍ନା ହୁଅଇ ଅଚିହ୍ନା ।
ଚିହ୍ନା ଅଚିହ୍ନାକୁ ନେଇ ଗଢା ଏ ଦୁନିଆଁ ।।
