STORYMIRROR

Sagar Kumar Parida

Others

3  

Sagar Kumar Parida

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
166

ସଂସାର ବୁକୁରେ ଅନେକ ମଣିଷ

ନିଜ ନିଜ କର୍ମେ ବ୍ୟସ୍ତ,

କିଏ ନିଜ କିଏ ପର ଏ ସଂସାରେ

ଜାଣିବା ଏଠାରେ କଷ୍ଟ।।

କିଏ କେତେବେଳେ ହୋଇଯାଏ ଚିହ୍ନା

ଚଲାପଥେ ଭେଟ ହୋଇ,

ଅଚିହ୍ନା ଯେ ଥିଲା ଜୀବନରେ କେବେ

ରହେ ଚିହ୍ନା ମୁହଁ ହୋଇ।।

ଦୁଃଖରେ ସୁଖରେ ପାଖେ ଛିଡା ହୁଏ

ସାହାଯ୍ୟ ହାତ ବଢ଼ାଇ,

ଅଚିହ୍ନା ମଣିଷ ଅଟେ ସିନା ସିଏ

ତା'ଠାରୁ ନିଜର କାହିଁ।।

ପୁରାଣ ଯୁଗରେ ଶୁଣିଛି ମୋ କର୍ଣ୍ଣ

ଅଚିହ୍ନା ଭାଲୁ ବାନର,

ସାହାଯ୍ୟର ହାତ ରାମଙ୍କର ପାଦେ

ବଢ଼ାଇ ଥିଲେ ସତ୍ତ୍ୱର।।

ଅଚିହ୍ନା ମଣିଷ ଚିହ୍ନା ଯାଏ ହୋଇ

ପାଇଲେ ସ୍ନେହ ପ୍ରେମକୁ,

ସବୁ ଚିହ୍ନା ଦିନେ ଅଚିହ୍ନା ହୋଇବେ

ସ୍ୱାର୍ଥ ସମ୍ପର୍କର ହେତୁ।।

ଆତ୍ମଗର୍ଵ ସ୍ୱାର୍ଥପରତା ଗୁଣରେ

ଚିହ୍ନା ବି ଅଚିହ୍ନା ହୁଏ,

ଭଲପାଇବାର ଗୁଣରେ ମଣିଷ

ସଭିଙ୍କ ଆଦର ପାଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍