STORYMIRROR

Ajay kumar Behera

Others

4  

Ajay kumar Behera

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
387


ସମୟର ଦ୍ଵିଛକି ରାସ୍ତାରେ

ମନ ହୁଏ ଆନମନା

ନିଜ ଲୋକ ଯେବେ ପର ହୁଏ

ବଢେ ତ ଅନୁସୋଚନା।୧।


ଆତ୍ମୀୟ ଆତ୍ମୀୟ କହି କିଏ

ଘୁରି ବୁଲେ ଆଗ ପଛ

ନିଜ ସ୍ୱାର୍ଥ ମିଳି ଗଲେ ଥରେ

କହେ ସିଏ କେତେ ମିଛ।୨।


ଚିହ୍ନା ଲୋକ ଯେତେ ବିପଦରେ

ନଚିହ୍ନିଲା ପରି ହେବେ

ଅଚିହ୍ନା ମଣିଷ ଦୁଃଖ ନେଇ

ଦେବଦୂତ ସେ ସାଜିବେ।୩।


ନିଜର ଯିଏ ନିଜର ନୁହଁ

ଯଦି ଦୁଃଖ ବୁଝେ ନାହିଁ

ସିଏ କି ବନ୍ଧୁ ବିପଦେ ଯିଏ

ପାଖେ ପାଖେ ରହେ ନାହିଁ।୪।


ସ୍ୱାର୍ଥପର ଏଇ ଦୁନିଆରେ

ସ୍ୱାର୍ଥ ହୁଏ ସବୁ କିଛି

କ୍ଷଣିକ ବିପଦେ କାନ୍ଦନ୍ତି କେ

ଆଖି ମଳି ମିଛିମିଛି।୫।


ଚିହ୍ନାମଣିଷର ସେବାରେ ତ

ସ୍ୱାର୍ଥ ଭରି ରହି ଥାଏ

ମଉକା ମିଳିଲେ ସତେ ସିଏ

ଛୁରୀମାରି ଦେଇ ଥାଏ।୬।


ଅଚିହ୍ନା ମଣିଷ କହେ ନାହିଁ

ପଦୁଟିଏ କିଛି ସିଏ

ଆସୁ ପଛେକେ ଯେତେ ବିପଦ

ଆପଣାର ବନି ଥାଏ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍