ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ସମୟର ଦ୍ଵିଛକି ରାସ୍ତାରେ
ମନ ହୁଏ ଆନମନା
ନିଜ ଲୋକ ଯେବେ ପର ହୁଏ
ବଢେ ତ ଅନୁସୋଚନା।୧।
ଆତ୍ମୀୟ ଆତ୍ମୀୟ କହି କିଏ
ଘୁରି ବୁଲେ ଆଗ ପଛ
ନିଜ ସ୍ୱାର୍ଥ ମିଳି ଗଲେ ଥରେ
କହେ ସିଏ କେତେ ମିଛ।୨।
ଚିହ୍ନା ଲୋକ ଯେତେ ବିପଦରେ
ନଚିହ୍ନିଲା ପରି ହେବେ
ଅଚିହ୍ନା ମଣିଷ ଦୁଃଖ ନେଇ
ଦେବଦୂତ ସେ ସାଜିବେ।୩।
ନିଜର ଯିଏ ନିଜର ନୁହଁ
ଯଦି ଦୁଃଖ ବୁଝେ ନାହିଁ
ସିଏ କି ବନ୍ଧୁ ବିପଦେ ଯିଏ
ପାଖେ ପାଖେ ରହେ ନାହିଁ।୪।
ସ୍ୱାର୍ଥପର ଏଇ ଦୁନିଆରେ
ସ୍ୱାର୍ଥ ହୁଏ ସବୁ କିଛି
କ୍ଷଣିକ ବିପଦେ କାନ୍ଦନ୍ତି କେ
ଆଖି ମଳି ମିଛିମିଛି।୫।
ଚିହ୍ନାମଣିଷର ସେବାରେ ତ
ସ୍ୱାର୍ଥ ଭରି ରହି ଥାଏ
ମଉକା ମିଳିଲେ ସତେ ସିଏ
ଛୁରୀମାରି ଦେଇ ଥାଏ।୬।
ଅଚିହ୍ନା ମଣିଷ କହେ ନାହିଁ
ପଦୁଟିଏ କିଛି ସିଏ
ଆସୁ ପଛେକେ ଯେତେ ବିପଦ
ଆପଣାର ବନି ଥାଏ।୭।
