ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
1 min
215
ଅଚିହ୍ନା ମଣିଷଟିଏ ଯେବେ
ହୃଦୟରେ ଘର କରେ
ମନେ ମନେ ଇଚ୍ଛା ହୁଏ
ତାକୁ ହିଁ ଦେଖନ୍ତି
ତାକୁ ହିଁ ଭାବନ୍ତି
ତା କଥା ହିଁ ଶୁଣନ୍ତି
ତା ନାମ ହିଁ ନିଅନ୍ତି
ତାର ଗୁଣ ଗାନ କରନ୍ତି
ତାକୁ ଆଖି ପଲକରେ ବସାନ୍ତି
ତା ସାଥିରେ ହସନ୍ତି
ତା ସାଥିରେ ଚାଲନ୍ତି.......
ହେଲେ
ଯେବେ ଜଣା ପଡେ
ତା ହୃଦୟରେ ଆଉ କେହି ଅଛି
ହସଟା କେମିତି ଉଭେଇ ଯାଏ
ଦୁଃଖର ଛାୟା ଘେରି ଯାଏ
ଆଲୁଅ, ଅନ୍ଧାର ହେଇଯାଏ
ସ୍ଵପ୍ନ ଭାଙ୍ଗି ଯାଏ
ମନ ମରି ଯାଏ
ଜୀବନଟା ବ୍ୟର୍ଥ ଲାଗେ
ଜୀବନଟା ବ୍ୟର୍ଥ ଲାଗେ ।
