ଅଚିହ୍ନା ମଣିଷ କିଏ
ଅଚିହ୍ନା ମଣିଷ କିଏ
ଆମେ ତ ସଭିଏଁ ଭାଇଭଉଣୀ,
ଗୋଟିଏ ଡୋରୀରେ ବନ୍ଧା ।
ସ୍ୱାର୍ଥପର ହେଲେ ଏହି ସମ୍ପର୍କଟା,
ପଡିଯିବ ଦିନେ ମାନ୍ଦା ।।
ଭାତୃଭାବ ଘେନି ଏକାଠି ରହିଲେ,
ନ ଆସିବ କେବେ ଝଡ ।
ଏକତା ଥିଲେ ହିଁ ଜୀବନ ଯୁଦ୍ଧରେ,
ଜିତିଯିବା ଆମେ ଗଡ ।।
ଭଲପାଇବାଟା ରହିଥିବ ଯେବେ,
ଅଚିହ୍ନା ହୁଏ ନିଜର ।
ସ୍ନେହ ପାଇଥିଲେ ଅଚିହ୍ନା ମଣିଷ,
ହେବ ନାହିଁ କେବେ ପର ।।
ଭଲପାଇବା ଓ ସ୍ନେହକୁ ଆଦରି,
ନିଜର କର ସଭିଙ୍କୁ ।
ଏ ଦୁନିଆଟା ହୋଇଲେ ନିଜର,
ଡର ବା ଆଉ କାହାକୁ ।।
ସମ୍ପର୍କ ଭିତରେ ଚିହ୍ନା ଅଚିହ୍ନାର ,
ତିଳେ ହିଁ ସ୍ଥାନ ନ ଥାଏ ।
ଏ ବିଶ୍ଵକୁ ଯେବେ ଆଦରିବ ବନ୍ଧୁ,
ଅଚିହ୍ନା ମଣିଷ କିଏ ?