STORYMIRROR

pratap nayak

Others

3  

pratap nayak

Others

ଅବ୍ୟକ୍ତ ଉତ୍ତାପ

ଅବ୍ୟକ୍ତ ଉତ୍ତାପ

1 min
139

କଣେଇ ଚାହିଁଲେ ତୁମେ  

ଶ୍ରାବଣଟା ନିଦାଘ ପାଲଟେ

ମାଟି ସିଲଟରେ ଶୁଖେ ଲୁହ ବିନ୍ଦୁ 

କୁନା ମୋର ଯେବେ ରାହାଧରି କାନ୍ଦେ


ସତେ ଯେମିତି କରୁଣ କାହାଣୀ 

ମଳି ମଳି ଆଖି ନାଲା କରିଦିଏ 

ସତେ ସେମିତି ଅଦିନିଆ ଖରାବେଳେ 

ବଧୁଲି ବର୍ଷା ପୁଣି ତା ଓଢଣୀ ଉଡାଏ


କାଲି ପରି ନିଗିଡେ ଅତୀତ 

ଚାଲିଯାଏ ସରୁଧାର କରି 

ମନର ଛାତିରେ 

ବିବେକ ଶିକୁଳି ଯହିଁ କିଳିଥାଏ 

ଅବ୍ୟକ୍ତ ଉତ୍ତାପ 

ସିନ୍ଦୁକର ସେହି ଅମାପ ଗହିରେ 

ସିନ୍ଦୁକର ସେହି ଅମାପ ଗହିରେ


Rate this content
Log in