STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
184


ଯେଉଁ କଥା କାରେ କହି ହୁଏ ନାହିଁ

ଅବ୍ୟକ୍ତ କୋହଟି ହୃଦେ,

ଯନ୍ତ୍ରଣାଟି ଦିଏ ହୃଦୟେ ଅପାର

କୋହର ଜ୍ୱାଳାଟି ହୃଦେ।୧।


ଏହି କୋହ ଦ୍ୱାରା ମୃତ୍ୟୁବରଣଟି

ଜନମଧ୍ୟେ ଦେଖା ଦିଏ,

ଗୃହେ ନ କହିଣ ଜ୍ୱାଳାର କୋହରେ

ନିଜେ ମତିଭ୍ରମ ହୁଏ।୨।


ଏପରି କଥାକୁ କୁହେନି ସାଥିଙ୍କୁ

ମନ ମଧ୍ୟେ ରଖିଥାଏ,

ମନ କଥା ଦିନେ କାଳ ହୁଏ ତାର

ଆତ୍ମହତ୍ୟା କରି ଦିଏ।୩।


ଶୋକାକୁଳ କରେ ପରିବାର ଜନେ

ଜାଣି ନ ପାରନ୍ତି କେହୁ,

ଭାଗ୍ୟକୁ ଆଦରି ରୋଦନ କରନ୍ତି

ପୁଣି କି ଫେରିବ ସେହୁ।୪।


ଆଗ୍ରହ ଜନଙ୍କୁ ଅବ୍ୟକ୍ତ କୋହକୁ 

ନ ରଖିବା ହୃଦ ମଧ୍ୟେ,

ଯେଉଁ କଥା ନେଇ ଉଠୁ ଅଛି କୋହ

କହି ଦିଅ ଗୃହ ମଧ୍ୟେ।୫।


ଲଜ୍ଜିତ ଲାଗୁଛି କହିବାକୁ ଗୃହେ

କୁହ ସଙ୍ଗସାଥୀ ମେଳେ,

ସମାଧାନ ତାର ଅବଶ୍ୟ ହୋଇବ

ଖୁସି ଥିବୁ ସଦା କାଳେ।୬।


ଅବ୍ୟକ୍ତ କୋହଟି ଘାତକଟି ହେବ

ସେହୁ ନିରାଶର ଚିହ୍ନ,

ହୁଏ ନିରାଶରେ ମୃତ୍ୟୁର କାରଣ

ଏହୁ ଅଟେ ଶିକ୍ଷା ଚିହ୍ନ।୭।


ସେହୁ ଶିକ୍ଷା ସଦା ଧରିଣ ମନରେ

କର୍ତ୍ତବ୍ୟେ ଜଡ଼ିତ ଥିବୁ

ଅବ୍ୟକ୍ତ କୋହକୁ କୁହ ଗୃହ ମଧ୍ୟେ 

ଅବା ମିତ୍ରଙ୍କୁ କହିବୁ।୮।


ଏହୁ ପରି ଶିକ୍ଷା ଜନେ ଆବଶ୍ୟକ

ଶିକ୍ଷାକୁ କର ଗ୍ରହଣ,

ଖୁସି ଆନନ୍ଦରେ ଜୀବନ ବ୍ୟତୀତ

ନ ଥିବ ମୃତ୍ୟୁ କାରଣ।୯।


ଯେଉଁ କଥା କାରେ କହି ହୁଏ ନାହିଁ

ଅବ୍ୟକ୍ତ କୋହଟି ହୃଦେ,

ଯନ୍ତ୍ରଣାଟି ଦିଏ ହୃଦୟେ ଅପାର

କୋହର ଜ୍ୱାଳାଟି ହୁଏ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍