STORYMIRROR

Sadananda Sahoo

Others

3  

Sadananda Sahoo

Others

ଅବ୍ୟକ୍ତ ବେଦନା

ଅବ୍ୟକ୍ତ ବେଦନା

1 min
195


ବଳିଷ୍ଠ ସମ୍ପର୍କ ଲାଗେ ଆଜି କ୍ଷୀଣ 

  ହୃଦୟରୁ ଉଠେ କୋହ , 

କାହିଁକି କେଜାଣି ଜାଣିମୁଁ ପାରୁନି 

  ଅଲୋଡ଼ା ହେଲାମୋ' ସ୍ନେହଁ ! ! 


ଦୁଇ ଦଶନ୍ଧିର  ସମ୍ପର୍କ ଆମର 

  ଲାଗେ ଆଜି ଫିକାଫିକା , 

ହେ'ଭାତୃ ସହୋଦର ସାଜିଲକି ପର 

  ମନରେ ଉଠେ ଆଶଂକା ! ! 


ମୋ'ମନଆକାଶେ ପୂର୍ବସ୍ମୃତିଭାସେ 

   ପ୍ରଶ୍ନବାଚୀ ମାଳମାଳ ? 

ଆଠଗଡ଼କୋଳେ ଆସିଥିଲ ଯେବେ  

  ହୋଇ ଥିଲି ମୁଁ'ଯେ ଭୋଳ ! !   

  

ଆହେଜ୍ୟେଷ୍ଠଭ୍ରାତା ତୁଙ୍ଗରାଜ ନେତା 

    ମୋ'ମନ ପରାଣ ମିତ , 

ସବୁ ସମୟରେ ରହିଛି ପାଖରେ 

   ଉପେକ୍ଷିତ ହୋଇ ସତ ! !


ଶ୍ରେଷ୍ଠବିଧାୟକ ରଣେନ୍ଦ୍ର ପ୍ରତାପ 

    ଦୀପ୍ତିମାନ  ମହାନେତା , 

ପ୍ରତିଦ୍ଵନ୍ଦିହୀନ  ପୁରୁଷ ମହାନ 

   ତୁମେହିଁ ମୋ' ଜ୍ଞାନ ପିତା ! ! 


ମୁଁ'ତୁମ ସ୍ନେହଁର କର୍ମୀ ନିରାକାର 

   ସ୍ଵଚ୍ଛମୋର ମନପ୍ରାଣ , 

ତବ ଆଦର୍ଶରେ ଆଦର୍ଶୀତ ମୁଁ'ଯେ 

   ସୁଝି ପାରିବିନି  ଋଣ ! ! 


ତୁମ ନୀତିକାନ୍ତି ଭଲ ଲାଗେ ଅତି 

   ସହଜେ ଚାଲେ ମୁଁ' ବାଟ , 

ସ୍ଵାର୍ଥ ସାଧନଠୁ ଦୂରେଇ ରହେ'ମୁଁ 

   ସାଜିବାକୁ ତବ ଚାଟ  ! ! 


ଛାଇ ପରି ସଦା ରହେ ମୁଁ' ସର୍ଵଦା 

   ପ୍ରିୟ ଅନୁଗତ ସାଜି , 

ପର ଉପକାର  ଜୀବନର ବ୍ରତ 

  ଆଶିର୍ବାଦ ମୋର ପୁଞ୍ଜି ! ! 


ଲୋଭରେ ଆସକ୍ତି ମୁଁ' ହୋଇନାହିଁ 

    ବ୍ୟକ୍ତିଗତ ସ୍ଵାର୍ଥ ପାଇଁ , 

ତବ ନିର୍ଦ୍ଦେଶରେ କାର୍ଯ୍ୟକରି ଚାଲେ 

   ଅଭିଯୋଗ କିଛି ନାଇଁ ! ! 


କର ଅନୁଭବ ଆହେ ବିଧାୟକ 

     ମନ୍ତ୍ରୀ ପଦେ ଅଳଙ୍କୃତ , 

ବଖାଣିନି କେବେ ମୁଁ' ତୁମ ପାଶେ 

    ଅବ୍ୟକ୍ତ ବେଦନା କୋହ ! !


ନୁହେଁମୁଁ' ନାରଦ କରିନି ଅନିଷ୍ଟ 

    ଚୁଗୁଲି ଜାତକେ ନାହିଁ , 

ବାହାପିଆ ପଣ ନାହିଁତ ମୋହର 

    କହି ପାରିବେନି କେହି ! ! 


ତୁମ ସଂସ୍ପର୍ଶରେ ଆସିଛି ସରାଗେ 

    ତର୍ଜମା କରହେ'  ସ୍ଵାଇଁ , 

ଦୀନଦୁଃଖି ସେବା କରିଛି ସହସା 

   ଭୁଲ ମୋ'ରହିଲା କାହିଁ  ! ! 


ବହୁ ଶିକ୍ଷା ଲଭି ହୋଇଛି ବିଦ୍ଵାନି 

     ତୁମ୍ଭରି ପାଖରେ ରହି , 

ବାସ୍ତୁ ବିଦ୍ୟା ଅବା ଜ୍ୟୋତିଷ ଗଣନା 

     ଭୁଲି ପାରିବିନି ମୁହିଁ ! ! 


ବିଶିଷ୍ଟ ବଳିଷ୍ଠ  ମହା ପ୍ରସାଶକ 

     ତୁମ ଚାତୁରୀରେ ବସ , 

ଲଭିଛି ଏ' ଶିକ୍ଷା ଆହେ ମନ୍ତ୍ରୀ ଭ୍ରାତା 

    ଓଠଧାରେ ଖେଳେ ହସ ! ! 


ମୁଁ'ତୁମ ସ୍ନେହଁର ଲେଙ୍କା ନିରାକାର 

     ରମେଶ ମାଣିକ ଶିଷ୍ୟ , 

 ଭୁଲ ଥିଲେ ଭାଇ କ୍ଷମା ଆଚରଇ 

    କରିବନି ଜମା ରୋଷ ! ! 


ପୂର୍ବ ସ୍ନେହଁ ମୋର ରଖିବ ଅତୁଟ 

    ଖାଉଟି କଲ୍ୟାଣ ମନ୍ତ୍ରୀ , 

 ହୃଦୟ କବିତା ପଢିବ ସହସା 

    ଏତୁମ ରମେଶ ଉକ୍ତି ! ! 



Rate this content
Log in