ଅବୁଝା ଶ୍ରାବଣ
ଅବୁଝା ଶ୍ରାବଣ
ଏଇ ଏବେ ଏବେ ଶ୍ରାବଣ ଆସିଛି
ମୋ ସହରକୁ ଏକ ନୂଆ
ସମ୍ଭାବନାକୁ ସାଥିରେ ଧରି
ଏସନ ଶ୍ରାବଣରେ ବର୍ଷାର
ରାଗିଣୀ ନାହିଁ ଖାଲି ଅଛି ତ
ଅସହ୍ୟ ଜ୍ଵଳନ ଆଉ
ଅକୁହା ବେଦନା
ପ୍ରତି ଶ୍ରାବଣର ରିମ୍ ଝିମ୍
ବର୍ଷାର ଧାରାରେ
ମୁଁ ଲୁଚାଏ ମୋ ଲୁହକୁ
ହେଲେ ଏଥର
ଲବଣାକ୍ତ ଲୁହ କୁ ଲୁଚେଇବା ପାଇଁ
ଖୋଜିବାକୁ ପଡୁଛି ଏକ
ନୂତନ ଏବଂ ନିର୍ଭର ଆଶ୍ରୟସ୍ଥଳ
ଛାତିର କୋହ ଆଉ ଆଖିର ଲୁହକୁ
ଯଥାସାଧ୍ୟ ସଭିଙ୍କ ନଜରରୁ
ବଞ୍ଚେଇବା ପାଇଁ କେତେ ପ୍ରଯତ୍ନ
କରୁଥାଏ ଶ୍ରାବଣ ଆସିବା ଯାଏଁ
କିନ୍ତୁ ଏଥର ନିରୂପାୟ
ସତରେ କଣ ସବୁକିଛି ଧରାପଡିଯିବ
ଏ ମନୋଇ ଶ୍ରାବଣ ପାଇଁ
ନାଁ ତାର ଧାରା ଶ୍ରାବଣ
ହେଲେ !
ଟୋପାଏ ବି ଵରଷାର ଧାର ନାହିଁ
ସବୁ ଶୁଖିଲା
ଠିକ ମୋ ମନ ପରି
ଏକ ତରଫା ପ୍ରେମରେ ଯେ
ଏସବୁ ନୂଆ କିଛି ନୁହେଁ
କାହିଁକି ନା ଭଲ ପାଉଥିବା
ମଣିଷଟା ଓଠରେ
ଧାରେ ହସ ଦେଖିବା ପାଇଁ
ସବୁ କିଛି ତ୍ୟାଗ କରିବାରେ
ଯେଉଁ ଆନନ୍ଦ
ତାକୁ ଭଲପାଏ
ବୋଲି କହି
ତା ନାଁ ଶୁଣିବା ଠାରୁ
ଶହେ ଗୁଣରେ ଭଲ
ନୁହେଁ କି!