STORYMIRROR

Sunita Barik

Others

3  

Sunita Barik

Others

ଅବୁଝା ଶ୍ରାବଣ

ଅବୁଝା ଶ୍ରାବଣ

1 min
187

ଏଇ ଏବେ ଏବେ ଶ୍ରାବଣ ଆସିଛି

ମୋ ସହରକୁ ଏକ ନୂଆ

ସମ୍ଭାବନାକୁ ସାଥିରେ ଧରି

ଏସନ ଶ୍ରାବଣରେ ବର୍ଷାର 

ରାଗିଣୀ ନାହିଁ ଖାଲି ଅଛି ତ

ଅସହ୍ୟ ଜ୍ଵଳନ ଆଉ 

ଅକୁହା ବେଦନା

ପ୍ରତି ଶ୍ରାବଣର ରିମ୍ ଝିମ୍

ବର୍ଷାର ଧାରାରେ

ମୁଁ ଲୁଚାଏ ମୋ ଲୁହକୁ

ହେଲେ ଏଥର 

ଲବଣାକ୍ତ ଲୁହ କୁ ଲୁଚେଇବା ପାଇଁ

ଖୋଜିବାକୁ ପଡୁଛି ଏକ

ନୂତନ ଏବଂ ନିର୍ଭର ଆଶ୍ରୟସ୍ଥଳ

ଛାତିର କୋହ ଆଉ ଆଖିର ଲୁହକୁ

ଯଥାସାଧ୍ୟ ସଭିଙ୍କ ନଜରରୁ

ବଞ୍ଚେଇବା ପାଇଁ କେତେ ପ୍ରଯତ୍ନ

କରୁଥାଏ ଶ୍ରାବଣ ଆସିବା ଯାଏଁ

କିନ୍ତୁ ଏଥର ନିରୂପାୟ

ସତରେ କଣ ସବୁକିଛି ଧରାପଡିଯିବ

ଏ ମନୋଇ ଶ୍ରାବଣ ପାଇଁ

ନାଁ ତାର ଧାରା ଶ୍ରାବଣ

ହେଲେ !

ଟୋପାଏ ବି ଵରଷାର ଧାର ନାହିଁ

ସବୁ ଶୁଖିଲା

ଠିକ ମୋ ମନ ପରି

ଏକ ତରଫା ପ୍ରେମରେ ଯେ

ଏସବୁ ନୂଆ କିଛି ନୁହେଁ

କାହିଁକି ନା ଭଲ ପାଉଥିବା

ମଣିଷଟା ଓଠରେ

ଧାରେ ହସ ଦେଖିବା ପାଇଁ

ସବୁ କିଛି ତ୍ୟାଗ କରିବାରେ

ଯେଉଁ ଆନନ୍ଦ  

ତାକୁ ଭଲପାଏ

ବୋଲି କହି

ତା ନାଁ ଶୁଣିବା ଠାରୁ

ଶହେ ଗୁଣରେ ଭଲ

ନୁହେଁ କି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍