ଅବୁଝା ମନ
ଅବୁଝା ମନ
ଅବୁଝା ଏ ମନ ବୁଝେ ନାହିଁ କାହଁ
ତୁମକୁ ସେ ଭଲ ପାଉଛି
କିପାଇଁ ଅବୁଝା ହୁଅ ଏତେ ପ୍ରିୟା
କୁହ ଥରେ ମୋତେ କାହିଁକି ।
କେମିତି କହିବି ହେ ପ୍ରାଣ ସଙ୍ଗିନୀ
ଭଲ ମୁଁ ପାଉଛି କେତେ
ସାଗର ବୁକୁରେ ଯେତେ ନୀଳ ଢେଉ
ଉଙ୍କି ମାରୁ ଥାଏ ସତେ ।
ଆଖି ପଲକରେ ରହିଅଛ ସକ୍ଷୀ
ହୃଦୟର କାନ୍ଥ ଡେଇଁ
ମରିବାଟା କଷ୍ଟ ତୁମବିନା ସାଥି
ଜିଇଁବି ମୁଁ ପାରୁ ନାହିଁ ।
ଦେଖାଇ ହୁଅନ୍ତା ହୃଦୟଟା ଯଦି
ଚିରି ଦେଉଥିଲେ ଛାତି
ନିଶ୍ଚୟ ଦେଖାନ୍ତି ତୁମକୁ ସଜନୀ
ମୋର ଏ ଗଭୀର ପ୍ରୀତି ।
ଜାଣିଛକି ପ୍ରିୟା ତୁମ ଭାବନାରେ
ପାହେ ସାରା ରାତି ମୋର
ସଜାଇ ଦେବୀ ମୋ ମନ ମନ୍ଦିରରେ
ଲୁହରେ ଜାଳେ ଜାଗର ।
ମୋ ପାଇଁ ମନରେ ଅଛି କେତେ ପ୍ରେମ
ଅବା ଅଛି କେତେ ଘୃଣା
ନିଶ୍ବାର୍ଥ ପ୍ରେମର ସଞ୍ଜବତୀ ଜାଳେ
ବଜାଇ ପିରତି ବୀଣା ।