STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଅବତରି ଆସ

ଅବତରି ଆସ

1 min
360

ହେ ପ୍ରିୟ ଯୀଶୁ,

ଆଉଥରେ

ଏ ମର୍ତ୍ତ୍ଯ ଭୂମିରେ

ଅବତରି ଆସ,

ଦେଖିଯାଅ

ତୁମ ହାତ ଗଢା

ଏ ବିଶାଳ ସଂସାର

କେତେଦୂର

ତୁମ ବଚନର

କରୁଛନ୍ତି ପରିପାଳନ।

ତୁମ ମୁଖ ନିଃସୃତ

ସେହି ଦିବ୍ୟ ମନ୍ତ୍ର

ବସୁଧୈବ କୁଟୁମ୍ବ କମ୍

ସତରେ କ'ଣ

ସାକାର ହୋଇଛି? 

ଏ ସାରା ଜଗତର

ମାନବ ଜାତି କ'ଣ

ଶାନ୍ତି,ପ୍ରେମ, ମୈତ୍ରୀ ଆଦି

ଦିବ୍ୟ ଗୁଣର

ଅଧିକାରୀ ହୋଇ

ଦିବ୍ୟ ସତ୍ତାକୁ ଆହ୍ବାନ କରିଛି?

ତୁମ ଚିନ୍ତା ଓ ଚେତନାର

ସେହି ବୌଦ୍ଧିକ ସ୍ତରକୁ

କ'ଣ ଛୁଇଁ ପାରିଛି

ଆଧୁନିକ ସମାଜର

ବୈଜ୍ଞାନିକ ଉଦ୍ଭାବନ।

ତୁମେ ଯେଉଁ ସ୍ବପ୍ନର ସମାଜ

ପରିକଳ୍ପନା କରିଥିଲ

ତାହା କ'ଣ

ବାସ୍ତବ ରୁପ ନେଇଛି?

ନେଇନାହିଁ ନା,

ଯଦି ନା,

ତେବେ ଆଉ ଡେରି କାହିଁକି

ସୁନ୍ଦର ମା କୋଳଟିଏ

ବାଛିନିଅ,

ନିଜର ସ୍ବପ୍ନ ସାକାର କର,

ନିଜ ମାଆକୁ ଧନ୍ୟ କରିବା ସହ

ଧନ୍ୟ କର ଏହି ଧରା ଧାମକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍