ଅବସର
ଅବସର
ବଯସର ଶେଷ ପାବଛରେ
ଚାକିରୀରୁ ହୋଇଛି ମେଲାଣି,
ଅବସର କାଳେ ଅବସର ମନରେ
କିଛି ଶାନ୍ତି କିଛି କ୍ଲାନ୍ତି ମେଣ୍ଟାଇବା,
ଘରେ ବାହାରେ ବନ୍ଧୁ ଗହଣ ରେ,
ଢୁଳାଇ ପଡିଥିବା ମନଟିକୁ
ଟିକେ ଜାଗ୍ରତ କରାଇ
ନୂଆ ରୂପରେ ଗଢିବାକୁ
କର୍ମ କୁଶଳତା ର ଏକ ଭିନ୍ନ ରୂପେ,
କିନ୍ତୁ ହାୟ !ଅବସର ପୋଛି ନେଲା
ମାନ ସନମାନର ଯେତେ ଉପମାନ,
ପଦ ପଦବୀରେ ଲାଗିଲା ଅଳନ୍ଧୁ,
ସ୍ନେହ, ପ୍ରିତୀ, ମଧୁ ଚନ୍ଦ୍ରିକା କଲେ ଉପହାସ,
ସୌହାଦ୍ର ର ଦିନ ଗୁଡିକ
ଛନ୍ଦ ତୋଳିଲେ ଡଷ୍ଟବିନ ଧାରେ,
ଅବସର ମଳିନ କଲା ବେଶଭୁଷା,
ଅଲୋଡ଼ା, ଅଖୋଜା ମଣିଲା ସଂସାର,
ନିସ୍ତେଜ, ଅଣଦେଖା, ଅଚଳ ଟଙ୍କା,
ଭାବିଲେ ସମ୍ପର୍କର ଡୋରି ସବୁ,
ନିଷ୍ପେସିତ ଦାମ୍ଭିକ ମନଟି
ହୁଗୁଳା ହୋଇଗଲା ଆପଣା ଛାଏଁ,
ମମତା ବନ୍ଧନ ର ଚାବୁକ ପ୍ରହାରରେ,
ନିଜ ପେନସନ ଟି ବି ନିଜର ନୁହେଁ,
ଜୋର ଯାର ଅଧିକାର ତାର,
ମନେ ମନେ ଶୀତଳ ଯୁଦ୍ଧ ହୁଙ୍କାର ଛାଡେ,
ପୁଣି ସାଲିସ କରେ ବେଦନାର ଅଶ୍ରୁ ଧାରେ,
ଜୀବନ୍ତ ଚିତାଗ୍ନି ଜଳି ଉଠେ ସଂସାରୀ
ମାୟା ମୋହର ଅଭିମାନ ତଳେ,
କ୍ଷତ ବୀକ୍ଷତ ମନ ଟି ବିଳପି ଉଠେ,
ତୀର ବିଦ୍ଧ ଶୁକ ର ଯନ୍ତ୍ରଣାରେ,
ମର୍ମାହତ, କ୍ଷତାକ୍ତ, ବେଦନାକ୍ତ
ହୃଦୟ ତଳେ ଦିନ ଗଣି ଗଣି
ଜୀବନ ସାରା ଜୀବନ୍ତ
ମୂର୍ତ୍ତି ଗଢି ଗଢି
ଆଜି ପାଲଟି ଗଲେ
ଏଜ ପାଷାଣ ମୂର୍ତ୍ତି,
ନା ଅଛି ଅଭିମାନ ନା ଅନୁଶୋଚନା,
ହସ ଲୁହର ମୂଲ୍ୟ ଆଜି କିଛି ନାହିଁ,
ସବୁ ଅବସର ପରି
ତେଜହୀନ, ନିଷ୍ପ୍ରଭ
ତେଣୁ ମନ ଖାଲି ଡାକେ
ରାମ ରାମ ନିଶ୍ଚଳ ଯୋଗୀଟିଏ ପରି
ନିରବ ବାଲ୍ମୀକି ଭିତରେ l