STORYMIRROR

Sadananda Sahoo

Others

3  

Sadananda Sahoo

Others

ଅବସର ମହୋତ୍ସବ

ଅବସର ମହୋତ୍ସବ

1 min
214


ମହାର୍ଘ ସଂନ୍ଧ୍ୟାର ଶୁଭ ଅବସର 

   ସ୍ମୃତିର ପ୍ରତୀକ ଛବି , 

ପୂଜ୍ଜ୍ଯଷ୍ପଦ ରବି କାର୍ଯ୍ୟ ଭାରୁ ମୁକ୍ତି 

   ଅନୁତପ୍ତ  ଅନୁଭବି ! ! 


ମହା ପ୍ରଶାସକ ବରିଷ୍ଠ ନାୟକ 

   କାରାଗାର ପ୍ରାଣମିତ , 

ଘାତ ପ୍ରତିଘାତ ଜୀବନର ସଙ୍ଗ 

   ଦରଦୀ ହୃଦୟ ସତ ! ! 


କର୍ମନିପୁଣତା ମନରେ ସଦିଚ୍ଛା 

   ସହକର୍ମୀ  ସ୍ନେହୀବନ୍ଧୁ , 

ସରାଗେ ବୋଲନ୍ତି କର୍ତ୍ତବ୍ୟ ପୀରତି 

   ଲଂଘିବାକୁ  ସପ୍ତସିନ୍ଧୁ ! ! 


ରବୀନ୍ଦ୍ର ତୀର୍ଯ୍ୟକ ନିରୀକ୍ଷକ ମିତ 

    ସୁଖଦୁଃଖ ମହାସଙ୍ଗୀ 

ଆପଦ ବିପଦେ ଧର୍ଯ୍ୟବାନ ସତେ 

   ସ୍ନେହଁପ୍ରେମ ଅନୁରାଗୀ ! ! 


ସଂକଟ ସମୟେ କାର୍ଯ୍ୟଭାର ନେଲେ 

    ଆସିଲା ବିପଦ ମାଡ଼ି , 

ଧର୍ଯ୍ୟର ସହିତ ସଜାଡ଼ିଲେ ସେତ 

    ଖୋଲି କୁହୁକର ପେଡ଼ି ! ! 


ତଥାପି ବିପଦ ଛଡିଲାନି ସଙ୍ଗ 

   ଘଟିଗଲା ମହାକାଣ୍ଡ , 

ହେ'ଉଜ୍ଜ୍ଵଳବନ୍ତ  ମହା ପ୍ରଶାସକ 

   ଅସୀମ ତୁମର ଧର୍ଯ୍ୟ ! ! 


ବାସୁଦେବ ସୁତ ଅଚିରେ ତା' ଦୁଃଖ 

    ଭୁଲିବନି ମହାଭାଗ , 

ଅବସର ପରେ ତୁମ ସାଧ୍ୟ ମତେ 

    ମୁକାଳିବ ନିଶ୍ଚେ ଆଗ ! ! 


ହେ'ମହାନ ପୁରୁଷ ସଂଘର୍ଷର ସୁତ 

   ଶତଶତ  ପ୍ରଣିପାତ , 

ଲେଖନୀ କୁଶଳୀ ପ୍ରଶାସକ ମଣି 

   ଅବସର ସ୍ମୃତିମିତ ! ! 


ଜଗତର ନାଥ ହୁଅ ହେ'ସଦୟ 

   ରବୀନ୍ଦ୍ର ପରାଣ ମିତ , 

ଶୁଭ ଅବସର ଆଣିଦେଉ ସୁଖ 

   ମୁଖେ ଫୁଟୁ ଚିର ହସ ! ! 


ପିଲା ପରିବାର ସୁଖ ଗନ୍ତାଘର 

   ହସଖୁସି ହେଉ ବର୍ଷା , 

ଆମ ଅଧିକାରୀ ସୁଖର ସଂସାରୀ 

   କେହି ନକରନ୍ତୁ ଈର୍ଷା ! ! 


ଚଲାପଥ ତାଙ୍କ ହେଉ କୁସୁମିତ 

   ଆହେ ପ୍ରଭୁ ଜଗନ୍ନାଥ , 

ଅବସର ଦୁଃଖ ନହେଉ ପ୍ରତୀତ 

  କରୁଛି ମୁଁ' ଅନୁରୋଧ ! ! 



Rate this content
Log in