STORYMIRROR

Kalyani Nanda

Others

4  

Kalyani Nanda

Others

ଅବଶୋଷ ନାହିଁ ମନେ

ଅବଶୋଷ ନାହିଁ ମନେ

1 min
200

ରଥାରୂଢ଼ ତୁମ ମୂରତି ଦେଖି ନ ପାରିଲେ,

       ତିଳେ ହେଲେ ଦୁଃଖ ନାହିଁ ମୋ ମନେ,

ରହିଅଛ ସଦା ଯେ ତୁମେ ମୋ ହୃଦ କନ୍ଦରେ,

      ଦେଖୁଛି  ତୁମକୁ ଶୟନେ ବା ଜାଗରଣେ ।


ନୀଳାଚଳ ଧାମେ କେବେ ବି ଯାଇ ନପାରିଲେ,

         ମନେ ମୋ ନାହିଁ ଯେ ଶୋଚନା କେବେ,

ଗାଁ ମାଟି, ଧୂଳି, ପବନେ ମୁଁ  ଯେ ତୁମକୁ ଦେଖେ,

         ସେ ଧୂଳି ପରା ମୋ ପାଇଁ ଚନ୍ଦନ ଅଟେ।


 ଅବଢ଼ା  ମୁଠାଏ  ତୁମରି  ପାଇ  ନ ପାରିଲେ,

        ନାହିଁ କିଛି ମାନ, ଅଭିମାନ ମୋହରି ହୃଦେ ,

 ସବୁଦିନେ  ପ୍ରଭୁ  ଯାହା ବି ଦେଇଥାଅ  ମୋତେ,

         ଅବଢ଼ା ଭାବି ମନେ ମୋ ଶାନ୍ତି ମିଳିଥାଏ।


   ଟଙ୍କ  ତୋରାଣି ରୁ  ମୁନ୍ଦାଏ  ପିଇ ନ ପାରିଲେ,

           ଅନୁତାପ  ଲୁହ  ଝରିନି  ଆଖିରୁ କେବେ,

 ମୋ ବାସୀ ତୋରାଣି କୁ ଟଙ୍କ ତୋରାଣି ଭାବିଲେ,

         ସାରା  ଜୀବନ ର  ତୃପତି  ମୁଁ  ପାଇଥାଏ ।  



           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍