STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଅବଶୋସର ଧୂଆଁ

ଅବଶୋସର ଧୂଆଁ

1 min
198


ମୋର ଅବଶୋସ ରହିଗଲା

ଗୋଟେ ଶାନ୍ତିର ବାର୍ତ୍ତା ପାଇବାକୁ

ଗୋଟେ ଝିଅର ହାତ ଧରିବାକୁ।


ସେ ଦିନେ ଶପଥ କରିଥିଲା

କଥା ବି ଦେଇଥିଲା ରଖିବ ତା ମାନ

ହେଲେ ଧୂଆଁବାଣରେ ଆଜି

ଦେହ ଆଉ ମନ 

ପୋଡି଼ବା ଆରମ୍ଭ ହୋଇଛି।


ଦେଖ ! 

ସାରା ଶରୀରରେ ଅଗ୍ନିର ଛିଟା

ଶବଦାହ ପରି ଜଳୁଛି ହୂତୁହୂତୁ

ମୋ ଦଶଦିଶ ଦୁଃଖର ଶେଯରେ

ଗୋଟେ ଅପ୍ରୀତିକର ପରିବେଶରେ।


ଆଜି ଘର ପରିବାର କାହିଁକି

ପଡୋ଼ଶୀ ବି କାମୁଡି଼ ଖାଇ ଗଲେଣି 

ଉଇଙ୍କ ପରି ଓ ପିମ୍ପୁଡି଼ଙ୍କ ପରି।


ମୁଁ ଅବଶୋସର ଧୂଆଁରେ

ଜଳି ମରୁଛି ନିତିଦିନ

ଆତ୍ମହତ୍ଯା କରିବି

ବଞ୍ଚିବଞ୍ଚି ମରିବି ନା

ମରିମରି ବଞ୍ଚୁଥିବି।


ହେ ଶ୍ରଦ୍ଧେୟ ଭାଇ ଓ ଭଉଣୀ

ଆଉ ଲଜ୍ଜା ଦିଅ ନାହିଁ

ସିଏ ସିନା ଅବଶୋସ ଓ ଧୂଆଁରେ ମାରିଦେଲା

ହେଲେ ତୁମେ ତ ଫିଙ୍ଗି ଚାଲିଛ 

ବିଷର ବଳୟ

ଗୋଟେ ରଡ଼ରଡ଼ ନିଆଁ।


ସତରେ ! 

ପ୍ରେମ କରିବା ମହାପାପ।


ନ ହେଲେ ଆଜି

ଛଟପଟ ହୁଅନ୍ତି କାହିଁକି?

ପ୍ରେମିକାର ଅବଶୋସରେ

ଗୋଟେ ଶକ୍ତ ଧୂଆଁର ମାଡ଼ରେ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍