STORYMIRROR

Kali Kumar

Others

4  

Kali Kumar

Others

ଅବଶିଷ୍ଟାଂଶ

ଅବଶିଷ୍ଟାଂଶ

1 min
455


ବିକ୍ଷିପ୍ତ ସ୍ୱପ୍ନର ସାଉଁଟା ଆଶାର

ଶେଷ ମୁହୂର୍ତ୍ତଟିଏ ମୁଁ,

ନିଶ୍ଚିହ୍ନ ହୁଏ ଯେ ପ୍ରତି କ୍ଷଣିକରେ

ଏଇ ଏଇ କହୁ କହୁ ।୧।

ବିଧ୍ଵଂସ ସ୍ମୃତିର ଶୀଳା ପ୍ରସ୍ତରରେ

ଅନ୍ତିମ ଲିପିଟିଏ ମୁଁ,

ଅବଶିଷ୍ଟାଂଶ ରେ ଇତିହାସ ବହେ

ଲୁପ୍ତ ପ୍ରାୟ ହେଉ ହେଉ ।୨।

ଝରା ଶେଫାଳିର ଝରା ମହକର

ଅନ୍ତିମ ଅସ୍ତିତ୍ଵଟେ ମୁଁ,

ନୀତି ନିୟମର ଚିଟାଉ ମୁଁ କହେ

ରାତି ନିତି ପାହୁ ପାହୁ ।୩।

ଅମା ଶର୍ବରିର ଘଞ୍ଚ ଅନ୍ଧକାରେ

ଆତଙ୍କ କଣିକାଟେ ମୁଁ,

ନିଶ୍ଚେ ଯେ ହଟିବ ପ୍ରଭାତ ସ୍ପର୍ଶରେ

ସୂର୍ଯ୍ୟ ଥରେ ଉଁ ଉଁ ।୪।

ବିଲୁପ୍ତ ଜାତିର ଭସ୍ମ କଙ୍କାଳର

ଶେଷ ସନ୍ତକଟିଏ ମୁଁ,

ଅଚିରେ ହଜିବି ବିବର୍ତ୍ତନବାଦେ

ସମୟକୁ ଚାହୁଁ ଚାହୁଁ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍