STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଅବୋଧ ଜଣାଣ

ଅବୋଧ ଜଣାଣ

1 min
496


କେତେ ଯେ ବନ୍ଧୁର ପଥ କରି ଅତିକ୍ରମ

ଦରଶନ କଲି ଦିବ୍ୟ  ରୂପ ଅନୁପମ  ।।


ଚକ୍ଷୁର ପଲକେ ନାଚେ  କଳାଚାନ୍ଦ କାନ୍ତି

ଦଶଦିଶ ରୂପମୟ   ସୁନ୍ଦର ମୂରତୀ

ସିହରଣ ମନ ପ୍ରାଣ ନେତ୍ର ଛନ ଛନ,,

କେତେ ଯେ ବନ୍ଧୁର ପଥ କରି ଅତିକ୍ରମ  ।।


ମହାମେରୁ ଚକା ଆଖି  ଜବା ନାଲି ଅଧର

ମସ୍ତକରେ ରାହୁରେଖା  ଆହାକେଡେ ସୁନ୍ଦର

କଉସ୍ତୁଭ ମଣି ହାର ଶ୍ରୀବତ୍ସଲାଞ୍ଚ୍ଛନ

କେତେ ଯେ ବନ୍ଧୁର ପଥ କରି ଅତିକ୍ରମ   ।।


ପାଟ, ପୀତାମ୍ବରି ଅଙ୍ଗେ   ସୈାଦାମିନୀ ଝଲକ

କଳାମେଘେ ଝଟକେ କି  ବିଜୁଳି ର ଆଲୋକ

କୋଟି କାମଦେବ ଲାବନ୍ୟ ନହେବ ସମାନ,,

କେତେ ଯେ ବନ୍ଧୁର ପଥ କରି ଅତିକ୍ରମ  ।।


ମନ ପୁରିଗଲା ଭୋକ,  ଶୋଷ ମରିଗଲା

ସଂସାର ର ମାୟା ମୋହ  କ୍ଷଣେ ତୁଟିଗଲା

କି କିମିଆ କରିଲ ହେ ବ୍ରଜ କଳା ଜହ୍ନ

କେତେ ଯେ ବନ୍ଧୁର ପଥ କରି ଅତିକ୍ରମ  ।।


ଲକ୍ଷେ ବିଷ୍ଣୁ ଶିଳା ଚକା   ବଇଠି ରେ ବସି

ଲୀଳା ଲଗାଇଅଛନ୍ତି   ପ୍ରଭୁ ବ୍ରହ୍ମରାଶି

ପ୍ରଫୁଲ୍ଲ ଜଣାଣ ପାପି କର ହେ ପାବନ

କେତେ ଯେ ବନ୍ଧୁର ପଥ କରି ଅତିକ୍ରମ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍